ରାଜଧାନୀ ଉପକଣ୍ଠରେ ଏବେ ବି ଆସିନି ବିଜୁଳି ; ପିଲାକୁ ରାତି ସାରା ବିଞ୍ଚି ବିଞ୍ଚି ନୟାନ୍ତ ହେଲେଣି ମା ମାନେ, ଭାର୍ଗବୀ ସେତୁ ପାଲଟିଛି ସମୂହ ମୁକ୍ତାକାଶ ଶୟନକକ୍ଷ

Published By : Prameya-News7 Bureau | May 14, 2019 IST

ବାଲିପାଟଣା ( ସଂଜୀବ ଦାସ) ୧୪|୫:  ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଂଚଳରେ ଏବେ ବି ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍‌ ସେବା । ୧୦-୧୨ଦିନ ହେଲାଣି ଅସହ୍ୟ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଗଲେଣି ଲୋକେ । ବିଶେଷ କରି ଛୋଟ ଛୋଟ ପିଲାଙ୍କୁ ଶୁଆଇବାକୁ ମାଆ ମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ୁଛି । ସାରା ରାତି ଅନିଦ୍ରା ହୋଇ ପାଖରେ ବସି ବିଞ୍ଚିବାକୁ ପଡ଼ୁଛି । ସେପଟେ  ବାଳକାଟି ଭାର୍ଗବୀ ବ୍ରିଜ୍‌ ଉପରେ ଶୋଇବାକୁ ବାଧ୍ୟ ହେଉଛି ଶହ ଶହ ଲୋକ ।

{"id":111845}

ଫୋନି ମାଡ଼ ପରେ ବିଜୁଳି ଆଉ ପାଣି କଷ୍ଟ ପ୍ରଭାବିତଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ବାତ୍ୟାର ୧୨ ଦିନ ପରେ ବି ରାଜଧାନୀର ଅନେକ ଅଂଚଳରେ ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍‌ ସେବା । ଅଧିକ ଯନ୍ତ୍ରଣ ଭୋଗୁଛନ୍ତି ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମବାସୀ ।

{"id":111847}

ପ୍ରବଳ ଖରା, ଗରମ, ଗୁଳୁଗୁଳି ଯୋଗୁଁ ବଢ଼ିଯାଇଛି ସେମାନଙ୍କ ଯନ୍ତ୍ରଣା । ଗରମ ଯୋଗୁଁ ଛଟପଟ ହୋଇପଡ଼ୁଥିବା ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଲାଗିପଡ଼ିଛନ୍ତି ମାଆମାନେ । ସାରା ରାତି ସେମାନଙ୍କ ପାଖରେ ବସି ବିଞ୍ଚଣାରେ ବିଞ୍ଚିବାକୁ ପଡ଼ୁଛି । ଲଗାତର ରାତିଅନିଦ୍ରା ସେମାନଙ୍କୁ ମଧ୍ୟ ଅସୁସ୍ଥ କରିଦେଲାଣି ।

{"id":111846}

ଆଉ ରାତିରେ ଇଏ ହେଉଛି ବାଳକାଟି ଭାର୍ଗବୀ ନଦୀ ବ୍ରିଜ୍‌ ଉପରର ଚିତ୍ର । ଦିନଯାକର ପରିଶ୍ରମ ପରେ ରାତିରେ ଟିକେ ବିଶ୍ରାମ ପାଇଁ ବ୍ରିଜ୍‌ ଉପରେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ । କେବେ ସ୍ଥିତି ସ୍ବାଭାବିକ ହେବ, କେବେ କରେଣ୍ଟ୍‌ ଆସିବ ପରସ୍ପରକୁ ସେଇ ପ୍ରଶ୍ନ ପଚାରି ମନ ବୁଝାଇବାକୁ ଚେଷ୍ଟା କରୁଛନ୍ତି ସିନା ହେଲେ ଉତ୍ତର କାହା ପାଖରେ ନାହିଁ ।

{"id":111848}

ବାତ୍ୟା ଫୋନିର ମାତ୍ର କିଛି ଘଣ୍ଟାର କରାଳରୂପ ସବୁ କିଛି ଖିନ୍‌ଭିନ୍‌ କରିଦେଇଛି । ହେଲେ ଏହାର ମୁକାବିଲା ପାଇଁ ଅପ୍ରସ୍ତୁତ ପ୍ରଶାସନ ପାଇଁ ଏବେ ଲୋକେ ୧୦-୧୨ଦିନ ହେଲାଣି ଢ଼େର୍‌ କଲବଲ ହେଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.