Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ଫିକା ପଡିବ ପାର୍ବଣ ଋତୁ, କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ହେବନି ଦୁର୍ଗାପୂଜା

24/08/2020 at 7:06 PM

ଜଗତସିଂପୁର, ୨୪|୦୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ସାରା ଜିଲାରେ ସାର୍ଵଜନୀନ ଦୁର୍ଗାପୂଜା ବନ୍ଦ ରହିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥି ସହିତ ମୂର୍ତ୍ତି ନିର୍ମାଣକୁ ନିଷେଧ କରାଯାଇଥିବା ବେଳେ କେବଳ ବିଧି ରକ୍ଷା ନିମନ୍ତେ ମାଟି ଉଠା ଯାଇ ଘଟ ପୂଜା କରା ଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।  ଏଥି ସହିତ ମାଟି ଉଠା ସମୟରେ ବିନା ବାଜା ବାଣ ସହ ସାମାଜିକ ଦୂରତ୍ବ ରଖି ୪ ଜଣରୁ ଅଧିକ ବ୍ୟକ୍ତି ସାମିଲ ନହେବାକୁ  ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ  ଦିଆଯାଇଛି।

ପ୍ରତିବର୍ଷ ଜିଲାର ବିଭିନ୍ନ ସ୍ଥାନରେ ବେଶ ଧୂମଧାମରେ ଦୁର୍ଗା ପୂଜା ପାଳନ ହେଉଥିବା ବେଳେ ଜଗତସିଂହପୁର ସହରରେ ୨୧ଟି ମଣ୍ଡପରେ ପୂଜା ବେଶ ଯାକଜମକରେ ପାଳିତ ହୋଇ ଥାଏ । ତେବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ଗ୍ରହଣ କରାଯିବା ପରେ  ଚଳିତ ବର୍ଷ ପୂଜାର ମାହୋଲ ସମ୍ପୂର୍ଣ୍ଣ ଫିକା ପଡିବା ନିଶ୍ଚିତ ହୋଇ ପଡିଛି ।

   Related Posts