Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବଡ଼ଚଣାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟ: ଡାକ୍ତର ନାହାନ୍ତି, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ

2/10/2021 at 4:08 PM

ଚଣ୍ଡିଖୋଲ, ୦୨/୧୦: ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭିନ୍ନ ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

ମେଡିକାଲରେ ଡାକ୍ତର ନଥିବାରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଡିୟଙ୍ଗ ଠାରେ ଥିବା ବିରୂପା ଗେଙ୍ଗୁଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟୟ ହୋଇ ପଡିଛି । ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ୫ ଗୋଟି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ପ୍ରତିଦିନ ୧୦୦ ରୁ ଉର୍ଦ୍ଧ୍ୱ ରୋଗୀ ଆସିଥାନ୍ତି । ହେଲେ ବିଡମ୍ବନାର ବିଷୟ ମେଡିକାଲରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟରେ ଚାଲିଛି ରୋଗୀ ସେବା । ଯେଉଁଥି ପାଇଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଆଖପାଖ ଅଂଚଳରେ କାହାର ଦେହ ଖରାପ ହେଲେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ୨୦ କିଲୋମିଟର ପଡୁଛି । ଯାହାକି ସମସ୍ତଙ୍କ ପାଇଁ ଯିବା ସମ୍ଭବ ପର ନୁହେଁ । ତେଣୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

କେବଳ ଯେ ଏହି ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ ଅନ୍ୟ କିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏମିତିକି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆବଶ୍ୟକୀୟ ପଦବୀ ଖାଲି ପଡିଛି। ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଟି ବହୁ ଗୁରୁତ୍ୱ ବହନ କରେ । ବଡ଼ଚଣା ମେଡିକାଲରେ ୮ ଜଣ ଡାକ୍ତର ପଦବୀ ଥିବା ବେଳେ ଏବେ ୫ ଜଣ ଡାକ୍ତର ଅଛନ୍ତି, ୩ଟି ପଦବୀ ଫାଙ୍କା ପଡିଛି । ଡାକ୍ତର ଅଭାବରୁ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । କେଉଁଠି ମେଡିକାଲରେ ଡାକ୍ତର ନାହାନ୍ତି ତ ଅନ୍ୟ କେଉଁଠି ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଛି ।

ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ସହ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି । କେବଳ ଯେ ମେଡିକାଲର ଭିତ୍ତିଭୂମି ସୁଦୃଢ କରିଦେଲେ ହେବନି ମେଡିକାଲରେ ଥିବା ଡାକ୍ତର ପଦବୀ ଓ ବିଭିନ୍ନ ମୌଳିକ ସମସ୍ୟା ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଥିବା ବେଳେ ଏସବୁ ସମସ୍ୟା ନେଇ ବଡ଼ଚଣା ମେଡିକାଲ ଅଧିକାରୀ କହିଛନ୍ତି ସମସ୍ତ ସମସ୍ୟା ନେଇ ସେ ଅବଗତ ଅଛନ୍ତି । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ।

   Related Posts