କଟକର ୧୩ଟି ଯାକ ଅର୍ବାନ୍ ହେଲ୍ଥ ସେଣ୍ଟରରେ ଡାକ୍ତରଙ୍କ ଅଭାବ: ମନ୍ତ୍ରୀ ଓ ବିଧାୟକଙ୍କ କଥାରେ ରହୁନି ତାଳମେଳ

Published By : Prameya-News7 Bureau | January 19, 2019 IST

କଟକ ୧୯|୧: କର୍ମଚାରୀ ଅଭାବରୁ କଟକରେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳାବସ୍ଥା ଦେଖାଦେଇଛି । କେଉଁଠି ଡାକ୍ତର ନଥିବାରୁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଠିକା ନିଯୁକ୍ତି ମିଳିଛି ତ ଆଉ କେଉଁଠି ଟେକନିସିଆନ୍ ଓ ନର୍ସ ଅଭାବରୁ ଅଚଳାବସ୍ଥା ସୃଷ୍ଟି ହୋଇଛି । ମାତ୍ର ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଷ୍ଟାଫ୍ ଅଭାବର ପ୍ରଶ୍ନ ଉଠୁନି। ସେପଟେ ସ୍ଥାନୀୟ ବିଧାୟକ କହୁଛନ୍ତି, କିଛି ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫଙ୍କର ଅଭାବ ରହିଛି, ଯାହା ପୂରଣ କରିବା ପାଇଁ ଚେଷ୍ଟା ଚାଲିଛି ।…

{"id":75930}

ଷ୍ଟାଫ୍ ଅଭାବରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳାବସ୍ଥା । କଟକରେ ଆରମ୍ଭ ହୋଇଥିବା ଅଧିକାଂଶ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ସେଣ୍ଟରର ଅବସ୍ଥା ସମାନ । କଟକର ୧୩ଟି ଯାକ ଅର୍ବାନ୍ ହେଲ୍‌ଥ ସେଣ୍ଟରରେ ନିୟମିତ ଭାବେ ଡାକ୍ତରଙ୍କ ଅଭାବ ଲାଗି ରହିଛି । ସେଥିପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦେଇ କାମ ଚାଲିଛି । ସେହିପରି ଟେକ୍‌ନିସିଆନ୍ ଓ ନର୍ସଙ୍କ ଅଭାବ ମଧ୍ୟ ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ସେଣ୍ଟରରେ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବାଧା ସୃଷ୍ଟି କରୁଛି । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି କୌଣସି ଅର୍ବାନ୍ ପବ୍ଲିକ୍ ହେଲ୍‌ଥ ସେଣ୍ଟରରେ ଡାକ୍ତରଙ୍କର ଅଭାବ ନାହିଁ ।

{"id":75931}

ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଅଭାବକୁ ଅସ୍ୱୀକାର କରୁଥିବା ବେଳେ, ସ୍ଥାନୀୟ ବିଧାୟକ କିନ୍ତୁ ଡାକ୍ତର ଓ ଷ୍ଠାଫ୍ ଅଭାବ ଘଟଣାକୁ ସ୍ୱୀକାର କରିଛନ୍ତି । ସିଡିଏମ୍ଓଙ୍କ ସହ ଆଲୋଚନା କରି କିଭଳି ସବୁ ଡାକ୍ତରଖାନାରେ ନିୟମିତ ଡାକ୍ତର ରହି ପାରିବେ, ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ ।

{"id":75932}

ଡାକ୍ତର ଓ ଷ୍ଟାଫ୍ ଅଭାବ ଯୋଗୁଁ କଟକର ସବୁ ପବ୍ଲିକ୍ ହେଲ୍‌ଥ ସେଣ୍ଟର ଗୁଡିକ ସକାଳେ ତିନି ଘଣ୍ଟା ଓ ସଂଧ୍ୟାରେ ମାତ୍ର ୩ଘଣ୍ଟା ଖୋଲା ରହୁଛି । ବଳକା ସମୟରେ ଡାକ୍ତରଖାନା ଗୁଡିକ ବନ୍ଦ ରହୁଛି। ଯାହା ଫଳରେ ରୋଗୀ ସେବାରେ ବାଧା ଉପୁଜିଛି।

{"id":75933}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.