Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

୫.୦କୁ ନେଇ ବିଭିନ୍ନ କଳ୍ପନା-ଜଳ୍ପନାକୁ ଖଣ୍ଡନ କଲେ ଗୃହ ମନ୍ତ୍ରଣାଳୟ : କଲେ ସ୍ପଷ୍ଟ – ଏବେ ଯାଏଁ କିଛି ଫଇସଲା ହୋଇନାହିଁ

27/05/2020 at 7:49 PM

ନୂଆଦିଲ୍ଲୀ ୨୭/୫: ମେ ୩୧ପରେ ବି କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲକଡାଉନ୍ ଜାରି ରହିବ? ଏହାକୁ ନେଇ ବିଭିନ୍ନ ପ୍ରକାରର ଅଟକଳ ଲଗାଯାଉଛି। ଏହି ସମୟରେ କେନ୍ଦ୍ର ସରକାର ଲକଡାଉନ୍ ୫ କୁ ନେଇ ଏକ ରିପୋର୍ଟରେ କରାଯାଇଥିବା ଦାବି ଏବଂ ଅନୁମାନକୁ ଖାରଜ କରି ଦିଆଯାଇଛି।

ରିପୋର୍ଟରେ ଦାବି କରାଯାଇଛି ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାସ ରବିବାର ନିଜ ‘ମନ କି ବାତ’ କାର୍ଯ୍ୟକ୍ରମରେ ଲକଡାଉନ୍ ୫ ର ଘୋଷଣା କରିବେ। ଏହା ସହିତ ଗୃହ ମନ୍ତ୍ରଣାଳୟର ସୂଚନା ଆଧାରରେ ରିପୋର୍ଟରେ ଦାବି କରାଯାଇଛି। ଏହି ଦାବିକୁ ଭୁଲ୍ ଦର୍ଶାଇ ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ ଏଥିରେ କରାଯାଇଥିବା ସମସ୍ତ ଦାବି କେବଳ ଅନୁମାନ।

ଦେଶରେ ଗତ ୬୪ଦିନରୁ ଲକଡାଉନ୍ ଚାଲିଛି ଯାହା ଦ୍ବାରା କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରୁ ରୋକା ଯାଇପାରିବ। ଲକଡାଉନ୍ ୪ରେ ଅନେକ ପ୍ରକାର ନିୟମ କୋହଳ କରାଯାଇଛି,ଯାହାର ଅବଧି ମେ ୩୧ତାରିଖ ଶେଷ ହେଉଛି।

ଦେଶରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୫,୧,୭୬୭ ରହିଛି। ଏମାନଙ୍କ ମଧ୍ୟରେ ୬୪୪୨୫ଲୋକ ସୁସ୍ଥ ହୋଇ ଫେରି ଆସିଛନ୍ତି ଏବଂ ୪୩୩୭ ଲୋକଙ୍କ ମୃତ୍ୟୁ ହୋଇସାରିଛି।

   Related Posts