ରାଜ୍ୟରେ ଲାଗୁ ହେବନି ଡେ-କର୍ଫ୍ୟୁ, ନିୟନ୍ତ୍ରଣରେ ରହିଛି ସ୍ଥିତି : ସ୍ପଷ୍ଟ କଲେ ସ୍ବତନ୍ତ୍ର ରିଲିଫ୍‌ କମିସନର

Published By : Prameya-News7 Bureau | April 04, 2021 IST

ଭୁବନେଶ୍ବର ୦୪/୦୪ : ରାଜ୍ୟରେ ଲାଗୁହେବ ନାହିଁ ଡେ-କର୍ଫ୍ୟୁ । ଏ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ବର୍ତ୍ତମାନ ଦିନରେ କର୍ଫ୍ୟୁ ଜାରି କରିବାର ଆବଶ୍ୟକତା ନାହିଁ । ଡେ-କର୍ଫ୍ୟୁ ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର । ଏହା ସହିତ କୋଭିଡ୍‌ ନିୟମ କଡାକଡି କରିବା ଏବଂ ଜନସାଧାରଣଙ୍କୁ ନିୟମ ମାନିବାକୁ ଅପିଲ କରିଛନ୍ତି SRC ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନରେ କର୍ଫ୍ୟୁ ଜାରି କରିବା ନେଇ ବିଚାର ଚାଲିଛି ବୋଲି କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ବିଚାର ବିମର୍ଶ ଓ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କିନ୍ତୁ ଏହାକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି SRC । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ବର୍ତ୍ତମାନ ଦିନରେ କର୍ଫ୍ୟୁ ଜାରି କରିବାର ଆବଶ୍ୟକତା ନାହିଁ ବୋଲି SRC କହିଛନ୍ତି ।

wp:embed {"url":"https://twitter.com/SRC_Odisha/status/1378713174984118274","type":"rich","providerNameSlug":"twitter","responsive":true,"className":""}
https://twitter.com/SRC_Odisha/status/1378713174984118274
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.