ପଞ୍ଜାବରେ ଏପ୍ରିଲ ୩୦ ଯାଏଁ ବଢିବନି କର୍ଫ୍ୟୁ, ଆଦେଶ ପ୍ରତ୍ୟାହାର କଲେ ସରକାର

Published By : Prameya-News7 Bureau | April 08, 2020 IST

ଚଣ୍ଡିଗଡ, ୦୮|୦୪:  ପଞ୍ଜାବ ସରକାର ଏପ୍ରିଲ ୩୦ ତାରିଖ ଯାଏଁ କର୍ଫ୍ୟୁ ବଡାଇବା ପାଇଁ କରିଥିବା ଘୋଷଣାକୁ ପ୍ରତ୍ୟାହାର କରିନେଇଛନ୍ତି । କର୍ଫ୍ୟୁ ବଡାଇବାକୁ ନେଇ ରାଜ୍ୟ ସରକାର ବିଭିନ୍ନ ଅଧିକାରୀଙ୍କୁ ଚିଠି ପଠାଇଥିଲେ । ସର୍ବପ୍ରଥମେ ପଞ୍ଜାବରେ କର୍ଫ୍ୟୁ ଲାଗୁ ହୋଇଥିଲା । ସେହି ସମୟରେ ଅନ୍ୟ ରାଜ୍ୟ ଲକଡାଉନ୍ ଘୋଷଣା କରିଥିଲେ । ଏହାପରେ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡରେ କର୍ଫ୍ୟୁ ଲାଗୁ ହୋଇଥିଲା । ପଞ୍ଜାବରେ ଏବେ କଂଗ୍ରେସ ସରକାର ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ରେ ପହଁଚିଛି । ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ୨୧ ଦିନିଆ ଲକ୍‌ଡାଉନ୍‌ର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି। ଲକ୍‌ଡାଉନ୍‌ ହଟିବ ନା ଏହାର ଅବଧି ବଢିବ ଏହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲକ୍‌ଡାଉନ୍‌ ହଟିବା ସଂପ୍ରତି ସମ୍ଭବ ନୁହଁ  ବୋଲି ସଙ୍କେତ ଦେଇଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୫୦୦୦ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.