Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ହଟିଲା କଟକଣା : ୨୧ରୁ ଦରକାର ପଡିବନି କୋଭିଡ଼୍‌ ନେଗେଟିଭ୍‌ ରିପୋର୍ଟ, ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

10/01/2021 at 2:48 PM

ପୁରୀ ୧୦।୦୧: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ବସିଥିବା  ବୈଠକ ଶେଷ ହୋଇଛି । ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ । ଏହି ନିୟମ ଆସନ୍ତା ୨୧ତାରିଖ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନେଇଛି ।

ପୁରୀରେ ଜଗନ୍ନାଥ ଦର୍ଶନ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଦର୍ଶନ କଟକଣା କୋହଳ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ, ସିଡିଏମଓ, ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ସାମିଲ ଥିଲେ । ଆଲୋଚନାରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲା । କୋଭିଡ୍ ନେଗେଟିଭ ସାର୍ଟିଫିକେଟ ପାଇଁ ଦର୍ଶନାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ଆସିଥିଲା । ତେବେ ଆଜି ଆଜିର ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ , ଆସନ୍ତା ୨୧ରୁ ବିନା କୋଭିଡ଼ ରିପୋର୍ଟରେ ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ ଠାକୁରଙ୍କ କରିପାରିବେ ଦର୍ଶନ । ୨୧ ତାରିଖରୁ ପ୍ରଥମେ ଦୈନିକ ୩୦ ହଜାର ଲୋକେ କରି ପାରିବେ ଦର୍ଶନ ।  କେବେଳ କୋଭିଡ ରିପୋର୍ଟରେ କଟକଣା କୋହଳ କରାଯାଇଛି । ଆଉ ସମସ୍ତ କଟକଣା ପୂର୍ବପରି ଜାରି ରହିବ । ଯେପରି ସାମାଜିକ ଦୂରତା, ମାସ୍କ, ଥର୍ମାଲ ସ୍କ୍ରିନିଂ ଆଦି ଜାରି ରହିବ । ତେବେ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଜଗନ୍ନାଥ ଦର୍ଶନ ।

ଅନ୍ୟପଟେ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ ।  ବୃଦ୍ଧବୃଦ୍ଧାଙ୍କ ପାଇଁ ଏକ ସ୍ବତନ୍ତ୍ର ଲାଇନ୍‌ କରାଯିବ ।  ଏହି ଲାଇନ୍‌ ଜରିଆରେ ସେମାନେ ଜଗନ୍ନାଥ ପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ୨୧ତାରିଖରୁ ପୁରୀ ସହରବାସୀ ଠାକୁର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।  ପୁରୀବାସୀଙ୍କ ପାଇଁ ଗୋଟିଏ ଘଣ୍ଟାର ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଇଛି । ପ୍ରଥମ ସକାଳ ୬ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିପାରିବେ । ଏହାପରେ ସାଧାରଣ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ  ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି ।

   Related Posts