Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଗରେ ତାଲା, ଫଛରେ ଖୋଲା, କଟକଣାକୁ ଫୁ କରି ବେଧଡକ ଚାଲୁଛି ବେପାର

7/06/2021 at 2:10 PM

ବାଲିପାଟଣା ୭/୬ : କରୋନା ମହାମାରୀ ପାଇଁ ଲକଡାଉନ, ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି । ମାତ୍ର କିଛି ଅମାନିଆ ବ୍ୟବସାୟୀ ଲଗାମ ହିନ ହୋଇଛନ୍ତି । ଡ୍ରେସ୍ ଦୋକାନ ସାମ୍ନା ରେ ତାଲା ଝୁଲୁଛି । କିନ୍ତୁ ଦୋକାନ ଭିତରେ ଜମୁଛି ବେପାର । ରାଜଧାନୀ ଉପକଣ୍ଠ ବାଲିପାଟଣାର ଏହା ହେଉଛି ଦୃଶ୍ୟ । ରାସ୍ତା କଡରେ ଥିବା ଏହି ଦୋକାନକୁ ଦେଖିଲେ ଲାଗିବ ଦୋକାନ ବନ୍ଦ । ମାତ୍ର ଦୋକାନ ଭିତର ଦୃଶ୍ୟ କିନ୍ତୁ ଅଲଗା ।

ଗ୍ରାହକଙ୍କୁ ଲୁଗାପଟା ବିକ୍ରି କରିବାରେ ଦୋକାନୀ ପୁରା ବ୍ୟସ୍ତ । ଜଣେ ଦୋକାନ କର୍ମଚାରୀ ଏହିଠାରେ ମଧ୍ୟ ଜଗି ବସିଛି ତାଲାର ଚାବି ଧରି । ଗ୍ରାହକ ପହଁଞ୍ଚିଲେ ତାଲା ଖୋଲି ଭିତରକୁ ଛାଡ଼ୁଛନ୍ତି । ପୁଣି ତାଲା ପକାଇ ଦେଉଛନ୍ତି । କାଳେ କୌଣସି ସରକାରୀ ଅଧିକାରୀ ସନ୍ଦେହ କରି ଚଢାଉ କରିବେ ସେଥିପାଇଁ ଦୋକାନ ସାମ୍ନାରୁ ଗ୍ରାହକ ମାନଙ୍କର ଚପଲ ଲୁଚାଯାଇଛି । ଗ୍ରାହକଙ୍କ ଗାଡ଼ି ମଧ୍ୟ ଏକ ପାଖିଆ କରି ରଖାଯାଇଛି ।

ଆଗକୁ ସାବିତ୍ରୀ ଏବଂ ରଜ ଆସୁଥିବାରୁ ଲୁଗା, ଡ୍ରେସ୍ କିଣିବା ପାଇଁ ଲୋକେ ବ୍ୟାକୁଳ । ଆଉ ଏହି ମୌକା କୁ ଦୋକାନୀ ବି ହାତଛଡା କରୁନାହାନ୍ତି । ତେବେ ଏଭଳି ସ୍ଥିତିରେ ସଂକ୍ରମଣ ବଢିଲେ ଦାୟୀ କିଏ ରହିବ ? ପୂର୍ବରୁ ଅଠାନ୍ତରରେ ଏକାଧିକ ବସ୍ତ୍ରାଳୟରେ ତହସିଲ ପ୍ରଶାସନ ପକ୍ଷରୁ ଫାଇନ୍ କଟାଯିବା ପରେ ପୁଣି ଦୋକାନ ଖୋଲା ରହିଛି ।

   Related Posts