ଓଡିଶାରେ କାହାଠାରେ ଚିହ୍ନଟ ହୋଇନାହିଁ କରୋନା ଭାଇରସର ନୂଆ ଷ୍ଟ୍ରେନ୍
31/12/2020 at 8:32 PM

ଭୁବନେଶ୍ୱର, ୩୧।୧୨: ରାଜ୍ୟରେ କରୋନା ଭାଇରସର ପ୍ରକୋପ କମିକମି ଆସୁଛି । କିନ୍ତୁ ଏହା ମଧ୍ୟରେ ବ୍ରିଟେନରୁ ଆସିଥିବା ଭାଇରସର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ଓଡିଶାକୁ ମଧ୍ୟ ବ୍ରିଟେନରୁ ଅନେକ ବ୍ୟକ୍ତି ଆସିଛନ୍ତି । ତେବେ ଏହି ବ୍ୟକ୍ତିଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍ ନଥିବା ସୂଚନା ମିଳିଛି ।

ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବ୍ରିଟେନରୁ ଯେଉଁ ବ୍ୟକ୍ତିମାନେ ଓଡିଶା ଆସିଛନ୍ତି ସେମାନଙ୍କ ଜେନୋମ୍ ସିକ୍ୱେନ୍ସିଂ ଟେଷ୍ଟ୍ ହୋଇଛି । କାହାଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିନାହିଁ । ଯେଉଁ ସବୁ ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା ସେମାନଙ୍କଠାରେ ଭାଇରସ ଷ୍ଟ୍ରେନ୍ ଚିହ୍ନଟ ହୋଇନଥିବା ସେ କହିଛନ୍ତି ।
Related Posts
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021