କରୋନାକୁ ନେଇ ଆସିଲା ଭଲ ଖବର : ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରେ ନାହିଁ ଗୋଟିଏ ହେଲେ ନୂଆ କେସ୍

Published By : Prameya-News7 Bureau | November 21, 2020 IST

ଗଜପତି ୨୧।୧୧: ଗଜପତି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ କରୋନା ଅକ୍ରାନ୍ତଙ୍କ ରିପୋର୍ଟ ଶୂନ ଆସିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ସୂଚନା ଦେଇଛନ୍ତି । ୨୪ଘଣ୍ଟାରେ ମୋଟ୍ ୮୫୨ ର୍ୟାପିଡ଼ ଏଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିନାହିଁ । ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ଏଭଳି ଶୂନ ରିପୋର୍ଟ ଆସିଥିବା ଦେଖିବାକୁ ମିଳିଛି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାବାସୀଙ୍କୁ କିଛିଟା ଆସ୍ବସ୍ତି ମିଳିଛି । ଆଗକୁ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଥିବାରୁ କୌଣସି ପ୍ରକାର ବେଖାତର ନ ହୋଇ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.