Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଭାଙ୍ଗିଲା ସଂକ୍ରମଣ ଚେନ୍ , ଗଞ୍ଜାମ ପୋଲସରା ବ୍ଲକ ଏବେ କରୋନା ମୁକ୍ତ

7/10/2020 at 8:59 AM

ଖଲ୍ଲିକୋଟ ୦୭।୧୦: ଚାରିଆଡେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ । କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଉଭୟ ସରକାର ଓ ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍‌ଡିଭିଜନ ଅଧିନରେ ଥିବା ପୋଲସର ବ୍ଲକ ପ୍ରଥମ ବ୍ଲକ ଭାବେ କରୋନା ମୁକ୍ତ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୋଲସରା ବ୍ଳକ୍‌ରେ ଆଉ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ବେଳେ ଗତ ତିନିଦିନ ହେଲା ଜଣେ ବି କରୋନାର ସକ୍ରିୟ ରୋଗୀ ନାହାନ୍ତି । ପୋଲସରା ବ୍ଲକକୁ ୧୮ ହଜାର ୫୪୬ଜଣ ପ୍ରବାସୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ  ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସେହିପରି  ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି। 

ପୋଲସର ବ୍ଲକର ଜନସାଧାରଣ ସଚେତନ ହେବା ସହ ସତର୍କ ରହିବା । ପ୍ରଶାସନିକ ତତ୍ପରତା ଓ ପ୍ରଚେଷ୍ଟା, ପଞ୍ଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏ କାର୍ଯ୍ୟାଳୟ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ କରୋନା ମୁକ୍ତ ଭାବେ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ମିଳିସାରିଛି ।

   Related Posts