ଲଦାଖ ସୀମା ବିବାଦ, ଦେଶର ଅଖଣ୍ଡତାକୁ ନେଇ କୌଣସି ସାଲିସ୍ କରାଯାଇ ପାରିବନି: ବୈଦେଶିକ ସଚିବ

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪/୦୯: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ଦେଇଛନ୍ତି ବଡ଼ ବୟାନ । ଏହା ଏମିତି ଏକ ସ୍ଥିତି ଯାହାକି ୪୦ ବର୍ଷ ହେଲା ଉପୁଜି ନଥିଲା ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।

 ଏହାସହ ବୈଦେଶିକ ସଚିବ କହିଛନ୍ତି, ‘ଏହା ଏକ ଅଭୂତପୂର୍ବ ସ୍ଥିତି । ୧୯୬୨ ପରଠାରୁ ଆମ ସମ୍ମୁଖରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ଆମେ ପ୍ରଥମଥର ଆମର ଯବାନମାନଙ୍କୁ ହରାଇଛୁ । ଯାହାକି ୪୦ ବର୍ଷ ମଧ୍ୟରେ କେବେ ହୋଇନଥିଲା।’

ଏହାସହ କ୍ଷେତ୍ରୀୟ ଅଖଣ୍ଡତାରେ କୌଣସି ସାଲିସ୍‌ କରାଯିବନି ବୋଲି କହିବା ସହ ଦାୟୀତ୍ବବାନ ରାଷ୍ଟ୍ର ଭାବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛୁ ଏବଂ ଆମର ସଂଚାର ଲାଇନ୍‌ ଖୋଲା ରହିଛି ବୋଲି କହିଛନ୍ତି ହର୍ଷବର୍ଦ୍ଧନ।

ଯେପର୍ଯ୍ୟନ୍ତ ଆମ ସୀମାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବନି ସେ ପର୍ଯ୍ୟନ୍ତ ଆମର ବ୍ୟବସାୟ ସ୍ବାଭାବିକ ଭାବେ ଚାଲିପାରିବନି । ଏଥିରେ ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ ବୋଲି କହିଛନ୍ତି  ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.