Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କୋହଲିଙ୍କ ଅଧିନାୟକତ୍ବକୁ ନେଇ କୌଣସି ଅଭିଯୋଗ ନାହିଁ, ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଚାଲିଛି : ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ

30/09/2021 at 4:44 PM

ନୂଆଦିଲ୍ଲୀ ୩୦/୦୯ : ପ୍ରଥମେ ରବିଚନ୍ଦ୍ରନ ଅଶ୍ବିନ ଏବଂ ପରେ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା । ଭାରତୀୟ କ୍ରିକେଟ ଟିମର ଅନେକ ବରିଷ୍ଠ ସଦସ୍ୟ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବକୁ ନେଇ ଖପ୍ପା ଥିବା ଶୁଣିବାକୁ ମିଳିଥିଲା । ପରେ ବିସିସିଆଇର ଅଧିକାରୀଙ୍କ ନିକଟରେ ମଧ୍ୟ ଏ ବାବଦରେ ଅଭିଯୋଗ କରିଥିବା ନେଇ ଜଣାପଡିଥିଲା । କିନ୍ତୁ ଏଭଳି ଗୁଜବ ଉପରୁ ପର୍ଦ୍ଦା ହଟାଇଛନ୍ତି ବିସିସିଆଇ ର କୋଷାଧ୍ୟକ୍ଷ ଅରୁଣ ଧୁମଲ ।

ଧୁମଲ କହିଛନ୍ତି, ‘କୌଣସି ସିନିୟର କିମ୍ବା ଜୁନିୟର ଖେଳାଳୀ କୋହଲିଙ୍କ ବିରୁଦ୍ଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି । ସାମାଜିକ ଗଣମାଧ୍ୟମରେ ଏ ନେଇ ଗୁଜବ ପ୍ରଚାରିତ ହେଉଛି । କୌଣସି ଖେଳାଳୀ ଲିଖିତ କିମ୍ବା ବ୍ୟକ୍ତିଗତ ଭାବେ ବିସିସିଆଇ ନିକଟରେ ଅଭିଯୋଗ କରିନାହାନ୍ତି । ଗଣମାଧ୍ୟମ ଏଭଳି ଖବରରୁ ବିରତ ରହିବା ଉଚିତ । କୌଣସି ବି ଭାରତୀୟ ଖେଳାଳି କୋହଲିଙ୍କ ବିରୁଦ୍ଧରେ ଅଭିଯୋଗ କରିନାହାନ୍ତି । ଗତ କିଛି ଦିନ ଧରି ଯାହାବି ଶୁଣିବାକୁ ମିଳୁଛି ସେସବୁ ଗୁଜବ ।’

କେବଳ କୋହଲିଙ୍କ ବାବଦରେ ନୁହେଁ ବରଂ ଆସନ୍ତା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଗୁଜବ ସୃଷ୍ଟି ହୋଇଥିଲା । ଯାହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ।

ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, କିଛି ମାସ ପୂର୍ବନରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, କୋହଲିଙ୍କୁ ସୀମିତ ଓଭରରେ ଦଳର ଅଧିନାୟକ ପଦ ଛାଡିବାକୁ କହିଥିଲେ । ଯାହାକି ସମ୍ପୂର୍ଣ୍ଣ ଗୁଜବ ଅଟେ । ଏଭଳି ଗୁଜବ ଭାରତୀୟ ଟିମ ଉପରେ ଖରାପ ପ୍ରଭାବ ପକାଉଛି । କୋହଲିଙ୍କୁ ନେଇ ଉଠିଥିବା ପ୍ରସଙ୍ଗ କିମ୍ବା ଯେଉଁମାନେ ଉଠାଇଥିବା କଥା କୁହାଯାଉଛି ସେମାନେ ବର୍ତ୍ତମାନ ସୁଦ୍ଧା ଏ ଘଟଣା ବାବଦରେ କୌଣସି ଟପ୍ପଣୀ ଦେଇନାହାନ୍ତି ।

   Related Posts