Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ଏସବିଆଇ ଗ୍ରାହକଙ୍କୁ ଆଶ୍ବସ୍ତି : ଜୁନ ୩୦ ଯାଏଁ ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ

17/04/2020 at 3:21 PM

ନୂଆଦିଲ୍ଲୀ ୧୭/୦୪ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଛି | ଜୁନ ୩୦ ତାରିଖ ଯାଏଁ ଟ୍ରାଞ୍ଜାକ୍ସନ ସଂଖ୍ୟାରୁ ଅଧିକ ଟ୍ରାଞ୍ଜାକ୍ସନ ହେଲେ ଏଟିଏମ ସେବା ଶୁଳ୍କ ନ କାଟିବା ପାଇଁ ନିଷ୍ପତ୍ତି ନେଇଛି | ଏସବିଆଇ ଟ୍ୱିଟ ଜରିଆରେ ନିଜ ଗ୍ରାହକଙ୍କୁ ଏହି ସୂଚନା ଦେଇଛି | ମାର୍ଚ୍ଚ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ବ୍ୟାଙ୍କ ଗ୍ରାହକ ଅନ୍ୟ ଯେକୌଣସି ଏଟିଏମରୁ ଟଙ୍କା ଉଠାଇଲେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଅର୍ଥାତ ଜୁନ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ଶୁଳ୍କ କଟିବ ନାହିଁ |  

ଏସବିଆଇ ଟ୍ୱିଟ କରି କହିଛି, ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମାଗଣା ଅଧିକ ସଂଖ୍ୟକ ଲେନଦେନ କାରଣରୁ ଏସବିଆଇ ଏଟିଏମ ଓ ଅନ୍ୟ ବ୍ୟାଙ୍କ ଏଟିଏମରେ କରାଯାଇଥିବା ଲେନଦେନ ବା ଟ୍ରାଞ୍ଜାକ୍ସନ ପାଇଁ ଏଟିଏମ ଶୁଳ୍କ କ୍ଷମା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି | ଆରବିଆଇ ନିୟମ ଅନୁଯାୟୀ, ଏଟିଏମ ଗ୍ରାହକଙ୍କୁ ପ୍ରତି ମାସରେ ୫ ଥର ଟ୍ରାଞ୍ଜାକ୍ସନ ପାଇଁ ଶୁଳ୍କ ଦେବାକୁ ପଡେନାହିଁ | କିନ୍ତୁ ୫ ଥରରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ବ୍ୟାଙ୍କ ଏଥିପାଇଁ ଶୁଳ୍କ ନିଏ | ଆରବିଆଇ ସ୍ପଷ୍ଟ କରିଛି ଯେ ନନ-କ୍ୟାସ ଟ୍ରାଞ୍ଜାକ୍ସନ ଭଳି ବାଲାନ୍ସ ଚେକ, ଫଣ୍ଡ ଟ୍ରାନ୍ସଫରକୁ ମଧ୍ୟ ଏଟିଏମ ଟ୍ରାଞ୍ଜାକ୍ସନ ଅନ୍ତର୍ଭୁକ୍ତ କରାଯିବ ନାହିଁ |

ଏସବିଆଇ ଏପ୍ରିଲ ୧୫ ତାରିଖରୁ ସଞ୍ଚୟ ଜମା ଖାତା ଉପରେ ସୁଧ ହାର କମ କରିଦେଇଛି | ବର୍ତ୍ତମାନ ସଞ୍ଚୟ ଜମା ଖାତା ଉପରେ ୨.୭୫ ପ୍ରତିଶତ ସୁଧ ମିଳିବ | ସଞ୍ଚୟ ଜମା ଉପରେ ଏସବିଆଇ ୦.୨୫ ପ୍ରତିଶତ ରିହାତି କରିଛି | ପୂର୍ବରୁ ଏସବିଆଇ ସଞ୍ଚୟ ଜମା ଖାତା ଉପରେ ୩ ପ୍ରତିଶତ ସୁଧ ଦେଉଥିଲା |

   Related Posts