Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆରବିଆଇ ମୁଦ୍ରା ନୀତି : ରେପୋ ରେଟ୍ ରହିଲା ଅପରିବର୍ତ୍ତିତ, କମିବନି ଇଏମଆଇ

9/10/2020 at 11:55 AM

ନୂଆଦିଲ୍ଲୀ ୯।୧୦: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆଜି ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ। ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଅର୍ଥବ୍ୟବସ୍ଥା ପ୍ରଥମ ତ୍ରୈମାସିକର ହ୍ରାସକୁ ପଛରେ ପକାଇ ଦେଇଛି। ସ୍ଥିତିରେ ସୁଧାର ହୋଇଥିବାର ସଙ୍କେତ​‌ ଦେଖିବାକୁ ମିଳିଛି।

ଆରବିଆଇ ଆଜି ରେପୋ ରେଟ୍ ଅଥବା ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ପୂର୍ବରୁ ଅଗଷ୍ଟରେ ମଧ୍ୟ ନୀତିଗତ ସମୀକ୍ଷାରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ଏହା ପୂର୍ବରୁ ଗତ ଦୁଇଟି ବୈଠକରେ ନୀତିଗତ ଦରରେ ୧.୧୫ ପ୍ରତିଶତ ହ୍ରାସ କରିଛି । ଏବେ ରେପୋ ରେଟ୍ ୪ ପ୍ରତିଶତ, ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ଓ ସୀମିତ ସ୍ଥାୟୀ ସୁବିଧା (ଏମସିଏଫ୍) ଦରରେ ୪.୨୫ ପ୍ରତିଶତ ଅପରିବର୍ତ୍ତିତ ରହିଛି।  

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କରୋନା ଭାଇରସ୍ ବିରୋଧରେ ଲଢେଇରେ ଭାରତୀୟ ଅର୍ଥବ୍ୟବସ୍ଥା ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି। ଆରବିଆଇ ଆର୍ଥିକ ବୃଦ୍ଧିକୁ ସମର୍ଥନ ଦେବା ପାଇଁ ଉଦାର ମନୋଭାବ ବଜାୟ ରଖିବେ। ପ୍ରତିବନ୍ଧକ ଲଗାଇବା ବଦଳରେ ଏବେ ଅର୍ଥବ୍ୟବସ୍ଥାକୁ ସୁଧାରିବା ଉପରେ ଧ୍ୟାନ ଦେବା ଆବଶ୍ୟକତା ରହିଛି ।

   Related Posts