ବଲାଙ୍ଗୀର ରାଜନୀତିରେ ରୋଚକ ରାଜନୀତି ; ଦୁଇଟି ହାଇପ୍ରୋଫାଇଲ ଆସନକୁ ଝୁଲାଇ ରଖିଛନ୍ତି ନବୀନ

Published By : Prameya-News7 Bureau | March 19, 2019 IST

ବଲାଙ୍ଗୀରର ଦୁଇଟି ହାଇପ୍ରୋଫାଇଲ ଆସନକୁ ଝୁଲାଇ ରଖିଛନ୍ତି ନବୀନ । ବଲାଙ୍ଗୀର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଓ ଲୋଇସିଂହା ଭଳି ଦୁଇଟି ସମ୍ମାନ ଜନକ ଆସନରୁ କାହାକୁ ଟିକେଟ ଦିଆଯିବ ତାହାକୁ ସସପେନ୍ସରେ ରଖିଛନ୍ତି ବିଜେଡି ସୁପ୍ରିମୋ । ଏହାକୁ ନେଇ ଏବେ ବଲାଙ୍ଗୀର ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି । ଅନ୍ୟପଟେ ଲୋଇସିଂହା ଆସନରେ ପାଇଁ ମଧ୍ୟ ବିଜେଡିର ସମାନ ଅବସ୍ଥା । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ମଧ୍ୟ ପୁଅର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ବିଜେଡିକୁ ଦ୍ୱନ୍ଦରେ ପକାଇଛନ୍ତି । ରାଜନୀତିରୁ ସନ୍ୟାସ ନେଇ ପରଦା ପଛରେ ରହିବାକୁ ଚାହୁଁଛନ୍ତି ଯୋଗେନ୍ଦ୍ର । ତେବେ ଯୋଗେନ୍ଦ୍ରଙ୍କ ପୁଅ ନିହାର ବେହେରାଙ୍କ ଉପରେ ଏବେ ବାଜି ଖେଳିବାକୁ ବର୍ତ୍ତମାନ ପ୍ରସ୍ତୁତ ନୁହଁନ୍ତି ବିଜେଡି ସୁପ୍ରିମୋ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.