ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି

Published By : Prameya-News7 Bureau | March 08, 2021 IST

ଭୁବନେଶ୍ୱର,୦୮/୦୩:  ସ୍ୱିଜରଲାଣ୍ଡରେ ବୁର୍ଖାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରବିବାର ଏହା ଉପରେ ଜନମତ ସଂଗ୍ରହ କରାଯାଇଥିଲା । ଜନମତ ସଂଗ୍ରହରେ ସାର୍ବଜନୀନ ସ୍ଥାନରେ ବୁର୍ଖା ଉପରେ ବ୍ୟାନ୍ ଲଗାଇବାକୁ ଲୋକମାନେ ମତଦାନ କରିଥିଲେ । ରୟଟର୍ସ ଅନୁସାରେ, ୫୦ ପ୍ରତିଶତରୁ ଅଧିକ ଲୋକ ବ୍ୟାନ୍ ପକ୍ଷରେ ମତଦାନ କରିଥିଲେ । ପ୍ରାୟ ୫୪ ପ୍ରତିଶତ ଭୋଟର ବୁର୍ଖା ଓ ନକାବକୁ ବେଆଇନ ଘୋଷିତ କରିବାକୁ ଦାବି କରିଥିଲେ ।

ସ୍ୱିସ୍ ମତଦାତାମାନ ଦୋକାନ, ରେଷ୍ଟୁରାଣ୍ଟ ଓ ରାସ୍ତାରେ ନିଜ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିବା ପ୍ରଥାକୁ ବ୍ୟାନ୍ କରାଯାଇ ବୋଲି କହିଥିଲେ । କିନ୍ତୁ ସ୍ୱିଜରଲାଣ୍ଡ ସଂସଦ ଓ ଦେଶର ସଙ୍ଘୀୟ ସରକାରଙ୍କ ୭ ଜଣିଆ କମିଟି କିନ୍ତୁ ଜନମତ ସଂଗ୍ରହ ପ୍ରସ୍ତାବକୁ ବିରୋଧ କରିଥିଲେ ।

ସୂଚନାନୁସାରେ, ସର୍ବାସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ଦରକାର ନା ନାହିଁ ତାକୁ ନେଇ ଭୋଟିଂ ହୋଇଥିଲା । ଏଥିପାଇଁ ରବିବାର ଦିନ ଭୋଟିଂ ହୋଇଥିଲା । ଏହାସହ ଦେଶର ପ୍ରତ୍ୟକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାରେ କିଛି ପରିବର୍ତ୍ତନକୁ ନେଇ ମଧ୍ୟ ଜନତାଙ୍କ ରାୟ ମଗାଯାଇଥିଲା । ପ୍ରାୟ ୫୪ ପ୍ରତିଶତ ଲୋକ ଏବେସୁଦ୍ଧା ବୁର୍ଖା ଉପରେ ନିଷେଦ୍ଧାଦେଶ ପାଇଁ ସମର୍ଥନ କରିଥିଲେ । ଏହାପୂର୍ବରୁ ବୁର୍ଖା ଉପରେ ପ୍ରତିବନ୍ଧ ନେଇ ଆଇନ ଆସିବ ବୋଲି ମଧ୍ୟ କୁହାଯାଇଥିଲା ।

ଏହାକୁ ନେଇ ସ୍ୱିସ୍ ମୁସଲମାନଙ୍କ କହିବାନୁସାରେ, ଦକ୍ଷିଣପନ୍ଥୀ ଦଳମାନେ ମୁସଲମାନଙ୍କୁ ଶତ୍ରୁ ଭାବେ ବ୍ୟବହାର କରୁଛନ୍ତି। ଏପରି ନିଷେଦ୍ଧାଦେଶ ପାଇଁ ଦେଶରେ ଲୋକଙ୍କ ମଧ୍ୟରେ ମତଭେଦ ବଢିବ । ସୂଚନାଯୋଗ୍ୟ, ଫ୍ରାନ୍ସରେ ୨୦୧୧ରେ ବୁର୍ଖା ଉପରେ ବ୍ୟାନ୍ ଲାଗିଥିଲା । ସେହିପରି ଡେନମାର୍କ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ ଓ ବୁଲଗେରିଆରେ ମଧ୍ୟ ବୁର୍ଖା ପିନ୍ଧିବାକୁ ନେଇ କଟକଣା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.