Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମୋଦୀ ରାଜରେ ଗତ ୬ ବର୍ଷରେ ଘଟି ନାହିଁ ଗୋଟିଏ ବି ବମ ଧମାକା

7/03/2020 at 10:09 PM

ପୁଣେ ୦୭।୦୩- ମହାରାଷ୍ଟ୍ରର ପୁଣେ ସହରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ନରେନ୍ଦ୍ର ମୋଦୀ ସରକାରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଜାଭେଦକର ଶନିବାର କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ଦ୍ଵାରା ଉଠାଯାଉଥିବା କଡା ସୁରକ୍ଷା ବ୍ୟବସ୍ଥା କାରଣରୁ ଗତ ୬ ବର୍ଷରେ ଦେଶରେ ଗୋଟିଏ ହେଲେ ବୋମା ବିସ୍ଫୋରଣ ଘଟି ନାହିଁ। ଏଠାରେ ବିଜେ ମେଡିକାଲ କଲେଜରେ ଜନ ଔଷଧି ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି।

ଜାଭେଦକର କହିଛନ୍ତି, ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ବିଗତ ଦିନରେ ବିଭିନ୍ନ ସହରରେ ବମ ଧମାକା ହୋଇ ଚାଲିଥିଲା। ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଆମେ ପୁଣେ, ଭଦୋଦରା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ବୋମା ବିସ୍ଫୋରଣ ଘଟିଥିଲା। ମାତ୍ର ଗତ ଛଅ ବର୍ଷରେ ବିସ୍ଫୋରଣର ଗୋଟିଏ  ହେଲେ ଘଟଣା ଦେଶରେ ଘଟିନାହିଁ।

ଜାଭେଦକର ନିଜର ଭାଷଣରେ ସ୍ଵାସ୍ଥ୍ୟ ସଂପର୍କିତ ଯୋଜନା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଗରିବଙ୍କୁ ଶସ୍ତାରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରଧାନମନ୍ତ୍ରୀ ମୂଳ ମନ୍ତ୍ର। ମୋଦୀ ଜୀଙ୍କ ଦ୍ଵାରା ଔଷଧ, ଉପକରଣ ଓ ପ୍ରତିରୋପଣର ଦାମ କମ କରିବା, ଜନ ଔଷଧି କେନ୍ଦ୍ର ଖୋଲିବା, ଆୟୁଷ୍ମାନ ଭାରତ ଯୋଜନା ଓ ରୋଗ ଦୂର କରିବା ପାଇଁ ଯୋଗ ତଥା ଫିଟ୍ ଇଣ୍ଡିଆ ଅଭିଯାନ ଚଳାଇବା ପରି ପ୍ରୟାସ କରିଛନ୍ତି।

   Related Posts