Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜଳପଥରେ ଓଡିଶାରେ ପ୍ରବେଶ ଉପରେ ଲାଗିଲା କଟକଣା, କୌଣସି ବୋଟ୍ କିମ୍ବା ଡଙ୍ଗା ପ୍ରବେଶ ନିଷେଧ

23/04/2021 at 12:05 PM

ଭୁବନେଶ୍ବର ୨୩।୪: ବାହାର ରାଜ୍ୟରୁ ଜଳପଥ ଦେଇ ଓଡିଶା ଭିତରେ ପ୍ରବେଶ ଉପରେ ଲାଗିଲା ରୋକ୍ । ବାହାର ରାଜ୍ୟରୁ ଜଳପଥ ଦେଇ କୌଣସି ବୋଟ୍ କିମ୍ବା କୁଲି ଡଙ୍ଗାକୁ ପ୍ରବେଶ ନିଷେଧ କରାଯାଇଛି । ରାଜ୍ୟରେ ଥିବା ମେରାଇନ ଥାନା ଅଧୀନରେ ଗଠନ ହୋଇଛି ସାଗର ରକ୍ଷକ ଟିମ୍ । ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍‌ ଗଠନ ହୋଇଛି । ଜଳପଥରେ କୌଣସି ଗାଁକୁ ଲୋକ ଆସିଲେ ନିକଟସ୍ଥ ମେରାଇନ ଥାନାକୁ ଜଣାଇବେ । ମେରାଇନ ଅଞ୍ଚଳରେ ରାତିରେ ମଧ୍ୟ ହେବ ପାଟ୍ରୋଲିଂ । କୋଷ୍ଟାଲ ପାଟ୍ରୋଲିଂ ଟିମ୍ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ତଟ ସୁରକ୍ଷା ଓ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

   Related Posts