ଟ୍ରେନରେ ମଧ୍ୟ କରୋନା ଆତଙ୍କ : ଯାତ୍ରୀଙ୍କୁ କମ୍ବଳ ଯୋଗାଇବା ନାହିଁ ରେଳବାଇ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫/୦୩ : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଶ୍ଚିମ ରେଳବାଇ ଏକ ବଡ ନିଷ୍ପତ୍ତି ନେଇଛି | କୋଚ ଆଟେଣ୍ଡାଣ୍ଟ ଏବେ ଟ୍ରେନ ଯାତ୍ରୀଙ୍କୁ ଆଉ କମ୍ବଳ ଦେବେ ନାହିଁ | କରୋନା ଯୋଗୁଁ ସତର୍କତା ଅବଲମ୍ବନ କରି ରେଳବାଇ ସୂଚନା ଦେଇଛି ଯେ, ଏସି ଟ୍ରେନରେ ଯାତ୍ରା କାବେଳେ ଯାତ୍ରୀଙ୍କୁ ନିଜ କମ୍ବଳ ନେଇ ଆସିବାକୁ ପଡିବ |  

ପଶ୍ଚିମ ରେଳବାଇ ପିଆରଓ କହିଛନ୍ତି ଯେ, କରୋନା ଭୟ ଯୋଗୁଁ ପଶ୍ଚିମ ରେଳବାଇ ଏହିଭଳି ନିଷ୍ପତ୍ତି ନେଇଛି | ରେଳବାଇ ସମସ୍ତ ଏସି କୋଚରୁ କମ୍ବଳ ଏବଂ ପରଦା ହଟାଇବା ପାଇଁ ନିଷ୍ପତ୍ତି ନେଇଛି | ସେ କହିଛନ୍ତି ଯେ, ପ୍ରତ୍ୟେକଥର କମ୍ବଳ ସଫା କରିବା ସମ୍ଭବ ନୁହଁ ସେଥିପାଇଁ ଯାତ୍ରୀ ନିଜେ ନିଜ କମ୍ବଳ ଧରି ଆସିବା ଭଲ |

ଏହାପୂର୍ବରୁ ପୂର୍ବତଟ ରେଳବାଇ ମଧ୍ୟ ଟ୍ରେନରେ ଯାତ୍ରୀଙ୍କୁ କମ୍ବଳ ନେଦେବା ପାଇଁ ନିଷ୍ପତ୍ତି ନେଇଥିଲା | ପୂର୍ବତଟ ରେଳବାଇର ପିଆରଓ ଜେପି ମିଶ୍ର କହିଛନ୍ତି ଯେ, କରୋନା ଭାଇରସ ଆତଙ୍କ ଯୋଗୁଁ ଏସି ଟାୟାର ୧,୨,୩ କୋଚର କମ୍ବଳଗୁଡିକୁ ହଟାଇଦେବା ପାଇଁ ନିର୍ଦେଶ ଦିଆଯାଇଛି |

{"id":238734,"sizeSlug":"large"}

କରୋନାର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ଦିଲ୍ଲୀ ରେଳ ଷ୍ଟେସନରେ ପୋଷ୍ଟର ଏବଂ ଡିଜିଟାଲ ସ୍କ୍ରିନ ଜରିଆରେ ଯାତ୍ରୀଙ୍କୁ ସନ୍ଦେଶ ଦିଆଯାଇଛି | ସଫାସଫି ପ୍ରତି ଅଧିକ ଧ୍ୟାନ ଦିଆଯାଉଛି | ଅନେକ ଜାଗାରେ ସାନିଟାଇଜର ରଖାଯାଇଛି ଏବଂ ରେଳବାଇ କର୍ମଚାରୀଙ୍କୁ ମାସ୍କ ଦିଆଯାଉଚୁ | ସଂକ୍ରମିତ ରୋଗୀଙ୍କୁ ଆଇସୋଲେସନ ୱାର୍ଡ ତିଆରି କରାଯାଇଛି |

ଉତ୍ତର ରେଳବାଇର ସିପିଆରଓ ଦୀପକ କହିଛନ୍ତି ଯେ, ଯାତ୍ରୀଙ୍କୁ ସତର୍କ କରିବା ପାଇଁ କିଛି କିଛି ସମୟ ବ୍ୟବଧାନରେ ମାଇକ ଲଗାଇ ସୂଚାଇ ଦିଆଯାଉଛି | ଅନେକ ଜାଗାରେ ପୋଷ୍ଟର ଲଗାଯାଇଛି | ଡିଜିଟାଲ ସ୍କ୍ରିନିଂ ଜରିଆରେ ଯାତ୍ରୀଙ୍କୁ ସତର୍କ କରାଯାଉଛି | କରୋନା ପାଇଁ କଣ କରିବା ଉଚିତ କଣ ନ କରିବା ଉଚିତ ସେନେଇ ପରାମର୍ଶ ଦିଆଯାଉଛି |

ସାରା ବିଶ୍ୱରେ କରୋନା ମହାମାରୀ ଭଳି ବିସ୍ତାର କରିସାରିଲେଣି | ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬କୁ ପହଂଚି ସାରିଲାଣି |  ଅନେକ ରାଜ୍ୟରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ,କଲେଜ, ସିନେମା ହଲ, ସପିଙ୍ଗ ମଲ ଆଦି ବନ୍ଦ ଘୋଷଣା କରିଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.