ପିଏମ୍ ଫାଷ୍ଟକ୍ଲାସ୍ କିନ୍ତୁ ବିଜେପି ସିଏମ୍‌ଙ୍କ କ୍ରେଜ୍ କମ୍: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଟପ୍ ୫ରେ ନାହାଁନ୍ତି ବିଜେପି ଶାସିତ ରାଜ୍ୟର ମୁଖିଆ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର, ୦୨|୦୬: କେନ୍ଦ୍ର ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ଆଣୁଛନ୍ତି । ଦେଶବାସୀଙ୍କ ବିଶ୍ୱାସଭାଜନ ହେବା ପାଇଁ ଅନେକ ପ୍ରୟାସ କରୁଛନ୍ତି । ଏବେ କେନ୍ଦ୍ରରେ ଶାସନାଧିନ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀକୁ ୬୬.୨ ପ୍ରତିଶତ ଜନତା ପସନ୍ଦ କରିଛନ୍ତି । ଆଇଏନଏସ-ସିଭୋଟର ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି । କିନ୍ତୁ ବିଭିନ୍ନ ରାଜ୍ୟରେ ଥିବା ବିଜେପି ସରକାରଙ୍କ ପ୍ରତି ଜନତା ସେତେଟା ଖୁସି ନାହାଁନ୍ତି । ଯାହା ସର୍ଭେର ତଥ୍ୟରୁ ସ୍ପଷ୍ଟ ଭାବେ ଜଣାପଡୁଛି ।

ଆଇଏନଏସ-ସି ଭୋଟର ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବରରେ ରହିଛନ୍ତି । ୮୨.୯୬ ପ୍ରତିଶତ ରାଜ୍ୟବାସୀଙ୍କ ପସନ୍ଦ ହେଉଛନ୍ତି ନବୀନ । ନବୀନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲା । ଏହାପରେ ଦ୍ୱିତୀଯରେ ରହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଏହାପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଜଗନମୋହନ ରେଡ୍ଡୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଅର୍ଥାତ ପ୍ରଥମ ପାଞ୍ଚୋଟି ସ୍ଥାନରେ ରହିଛନ୍ତି ଅଣବିଜେପି ମୁଖ୍ୟମନ୍ତ୍ରୀ । ଅର୍ଥାତ ଲୋକ ଅଣବିଜେପି ସରକାରକୁ ବେଶୀ ପସନ୍ଦ କରିଛନ୍ତି ରାଜ୍ୟରେ । କିନ୍ତୁ କେନ୍ଦ୍ରରେ ମୋଦୀଙ୍କ ପ୍ରତି ଜନ ସମର୍ଥନ ରହିଛି ।

{"id":280270,"width":686,"height":383,"sizeSlug":"large"}

ଓଡିଶାରେ ବିଜେଡି ସରକାର ଶାସନରେ ଥିବା ବେଳେ ଛତିଶଗଡରେ କଂଗ୍ରେସ. କେରଲରେ କମ୍ୟୁନିଷ୍ଟ୍ ସରକାର ଥିବା ବେଳେ ଆନ୍ଧ୍ରପ୍ରଦେସରେ ଓ୍ୱାଇଏସଆର କଂଗ୍ରେସ, ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ରହିଛି ।

ଏହି ତାଲିକାରେ ୭ ନମ୍ବର ସ୍ଥାନରେ ଅଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟମ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.