ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବନାହିଁ ବିଜେପି, ବିରୋଧୀ ଦଳ ନେତା କହିଲେ ‘ଆମର ସଂଖ୍ୟା ନାହିଁ କି କଂଗ୍ରେସ ସହ ହାତ ମିଳାଇବାର ନାହିଁ’

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର ୧୧।୩: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ସୂଚନା ଦେଇଛନ୍ତି । ପ୍ରଦୀପ୍ତ କହିଛନ୍ତି ଯେ, ଆମର ସଂଖ୍ୟା ନାହିଁ କି କଂଗ୍ରେସ ସହ ହାତ ମିଳାଇବାର ନାହିଁ ।

ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନରେ ବିଜେଡି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି । ଏମାନେ ବିଧାନସଭାର ନୂଆ କନଭେନସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ, ବିଜେଡିର ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯାଇଛି ।

ବିଜେପିର ପ୍ରାର୍ଥୀ ନଦେବା ନେଇ ଘୋଷଣା ପରେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ତେବେ ଆଉ ନିର୍ବାଚନ ହେବ ନାହିଁ । ଅନ୍ୟପଟେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ କୌଣସି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.