Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ରାସ୍ତାରେ ଆଉ ଚାଲି ପାରିବନି ୨୦ ବର୍ଷର ପୁରୁଣା ଗାଡି, ‘ସ୍କ୍ରାପ୍ ପଲିସି’ ଘୋଷଣା କଲେ ଅର୍ଥମନ୍ତ୍ରୀ

1/02/2021 at 1:02 PM

ନୂଆଦିଲ୍ଲୀ,୦୧/୦୨:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ସାଧାରଣ ବଜେଟରେ ରାସ୍ତାରୁ ପୁରୁଣା ଗାଡିକୁ ହଟାଇବା ପାଇଁ ସ୍କ୍ରାପ୍ ପଲିସି ଆଣିଛନ୍ତି । ସୁସ୍ଥ ପରିବେଶ ଓ ବାୟୁକୁ ଧ୍ୟାନରେ ରଖି ଏହି ପଲିସିରେ ୨୦ ବର୍ଷର ପୁରୁଣା ବ୍ୟକ୍ତିଗତ ଓ ୧୫ ବର୍ଷର ପୁରୁଣା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ବାହାନକୁ ଅଟୋମେଟିକ୍ ଫିଟନେସ୍ ସେଣ୍ଟରକୁ ଯିବାକୁ ପଡିବ ।

ନିକଟରେ ସରକାରଙ୍କ ଜାତୀୟ ରାଜପଥ ଓ ପରିବହନ ବିଭାହ ୧୫ ବର୍ଷର ପୁରୁଣା ଗାଡିକୁ କବାଡି ଖାନା ପଠାଇବା ନୀତିକୁ ମଞ୍ଜୁରୀ ପ୍ରଦାନ କରିଥିଲା । ମନ୍ତ୍ରାଳୟର ଏହି ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ଓ ପବ୍ଲିକ ସେକ୍ଟର କମ୍ପାନୀରେ ବ୍ୟବହୃତ ୧୫ ବର୍ଷର ଗାଡିକୁ ହଟାଇବାକୁ ହେବ । ଏହି ନୀତିକୁ ଏପ୍ରିଲ ୨୦୨୨ରୁ ପାଳନ କରାଯିବ ।

କେନ୍ଦ୍ର ସରକାର ୨୦୧୬ରେ ପୁରୁଣା ଗାଡିକୁ ହଟାଇବା ପାଇଁ ଭଲୁଣ୍ଟାରୀ ଭେଇକିଲ୍  ଫ୍ଲିଟ୍ ମଡନାଇଜେସନ୍ ପ୍ରୋଗ୍ରାମ ଆରମ୍ଭ କରିଥିଲେ । ଏପରି ହେଲେ ପ୍ରାୟ ୨.୮ କୋଟି ଗାଡି ରାସ୍ତାରୁ ହଟିବ ।

ସୂଚନାଯୋଗ୍ୟ, ବାୟୁ ପ୍ରଦୂଷଣରେ ୭୦ ପ୍ରତିଶତ କାରଣ ହେଉଛି ବାହାନରୁ ନିର୍ଗତ ଧୂଆଁ । ଏପରି ପୁରୁଣା ଗାଡ଼ିକୁ ହଟାଇଲେ ପ୍ରଦୂଷଣ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

   Related Posts