କାଳିଆ ଯୋଜନାରେ କୈଣସି ପ୍ରଭାବ ଶାଳୀ ବ୍ୟକ୍ତି ଆକାଉଣ୍ଟକୁ ଟଙ୍କା ଯାଇନି ବୋଲି ସ୍ପଷ୍ଟିକରଣ ଦେଲେ କୃଷି ସଚିବ

Published By : Prameya-News7 Bureau | January 31, 2019 IST

ଭୁବନେଶ୍ବର ୩୧|୧: କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି । ଏହା ସତ ନୁହେଁ । ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଛି ତାହା ଚେକ ଟେଷ୍ଟ ଥିଲା । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି କି ନାହିଁ ତାହା ଟେଷ୍ଟ କରିବାକୁ ଏମିତି ହୋଇଥିଲା । ଏମିତି ଅଢେଇ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ୨୫ ତାରିଖରେ ଯେଉଁମାନଙ୍କୁ ଟଙ୍କାଟିଏ ମିଳିଛି ସେମାନଙ୍କୁ ପୁରା ଟଙ୍କା ମିଳିବ । କାଳିଆ ଯୋଜନା କନଫୁଜନକୁ ନେଇ ଆଜି ଏମିତି ସ୍ପଷ୍ଟ ତଥ୍ୟ ରଖିଛନ୍ତି ବିଭାଗୀୟ ସଚିବ ।

{"id":80332,"width":603,"height":384}

ଏହା ସହ ଡ୍ରାଫ୍ଟ ଲିଷ୍ଟରେ ୨୨ ଲକ୍ଷଙ୍କ ନାଁ ଥିଲା । ସେଥିରୁ ଅନେକ ଲୋକ ନାଲି ଫର୍ମରେ ଆବେଦନ କରି ସେମାନଙ୍କ ନାଁ କାଟିଛନ୍ତି । ୫ ଏକରରୁ ଅଧିକ ଜମି ଥିବା ଜମି ମାଲିକ କି ଟ୍ୟାକ୍ସ ପେୟର କିମ୍ଭା ବଡ ବଡିଆ ଚାଷୀଙ୍କ ନାଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ତାଲିକାରେ ନାହିଁ । କୈଣସି ପ୍ରଭାବ ଶାଳୀ ବ୍ୟକ୍ତି ଆକାଉଣ୍ଟକୁ ଟଙ୍କା ଯାଇନି । ଯଦି କୈଣସି ବି ଜାଗାରେ ଏମିତି ଭୁଲରେ ହୋଇଥିବ ତାହା ଫେରିବାର ବ୍ୟବସ୍ଥା ବି ଅଛି ବୋଲି କହିଛନ୍ତି ବିଭାଗୀୟ କୃଷି ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.