Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଭିକାରୀମୁକ୍ତ ହେବ ଏକାମ୍ରକ୍ଷେତ୍ର, ସହାୟ ଯୋଜନାରେ ମୁଖ୍ୟସ୍ରୋତରେ କରାଯିବ ସାମିଲ

9/12/2020 at 9:06 AM

ଭୁବନେଶ୍ୱର,/ ୧୨:  ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଅଞ୍ଚଳକୁ ଭିକାରୀମୁକ୍ତ କରାଯିବା ନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏକାମ୍ର ଯୋଜନାରେ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି ବିଏମ୍‌ସି ଓ ବିଡିଏ । ‘ସହାୟ’ ଯୋଜନା ଆଧାରରେ ଭିକାରୀମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ସଫଳ କରିବା ଲାଗି ଏନ୍‌ଜିଓଙ୍କ ସହାୟତା ନିଆଯିବ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ନିକଟରେ ଭିକାରୀଙ୍କ ସଂଖ୍ୟା ବଢ଼ୁଛି। ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ,  ଭିକାରୀଙ୍କ ଭିକ୍ଷାବୃତ୍ତି ନିବାରଣ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ।  ଏକାମ୍ରକ୍ଷେତ୍ର ଅଞ୍ଚଳରେ ଭିକାରୀ ଚିହ୍ନଟ ପାଇଁ ଏବେ ସର୍ଭେ ଚଳାଇଛି ବିଏମସି। ଚିହ୍ନଟ ଭିକାରୀଙ୍କୁ ସହାୟ ଯୋଜନା ମୁତାବକ ଥଇଥାନ କରାଯିବା ନେଇ ବ୍ୟବସ୍ଥ ହୋଇଛି। ଯେଉଁ ଭିକାରୀମାନେ ନିଜ ଘରକୁ ଫେରି ଯିବାକୁ ଚାହିଁବେ ସେମାନଙ୍କୁ ଘରେ ପହଞ୍ଚାଇବାରେ ସରକାର ସାହାଯ୍ୟ କରିବେ ।

ଏତତ୍ ବ୍ୟତୀତ, ଅସହାୟ ଓ ନିରାଶ୍ରୟ ଭିକାରୀଙ୍କୁ ସେଲଟର ହୋମ୍‌ରେ ରଖାଯିହ। ଏଥିଲାଗି ବିଏମ୍‌ସି ପକ୍ଷରୁ କିଛି ଏନ୍‌ଜିଓଙ୍କ ସହଯୋଗ ନିଆଯାଇଛି। ସେମାନେ ଭିକାରୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏବେ ସେମାନେ ରାସ୍ତା କଡ଼ରେ ବୁଲୁଥିବା ଭିକାରୀଙ୍କୁ ଥଇଥାନ କରିବାରେ ସାହାଯ୍ୟ କରୁଛନ୍ତି ।

ଏକାମ୍ର ଯୋଜନା ସମ୍ପୂର୍ଣ୍ଣ ହେଲେ ମନ୍ଦିରମାଳିନୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ସରକାର ପ୍ରୟାସ କରିବେ। ଯେପରି  ଦେଶବିଦେଶରୁ ପର୍ଯ୍ୟଟକମାନେ ଏକାମ୍ରକ୍ଷେତ୍ର ପରିଦର୍ଶନରେ ଆସିବେ। କିନ୍ତୁ ତେବେ ମନ୍ଦିର ସାମନାରେ ବସୁଥିବା ଭିକ୍ଷୁକଙ୍କ ସେମାନଙ୍କ ମନରେ ତିକ୍ତ ଅନୁଭୂତି ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ନିରାକରଣ ଲାଗି ସରକାର ଭିକାରୀ ମୁକ୍ତ ଯୋଜନାକୁ ପ୍ରାଥମିକତା ଦେଉଥିବା ଜଣାପଡିଛି ।

   Related Posts