୨ ବର୍ଷ ପୁରିବ, କିନ୍ତୁ ନାହାଁନ୍ତି ବିଡିଓ : ତିରିଂ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ
6/12/2020 at 8:22 AM

ରାଇରଙ୍ଗପୁର, ୦୬।୧୨: ଦୁଇ ବର୍ଷ ବିତିଗଲାଣି । କିନ୍ତୁ ଖାଲି ପଡିଛି ବିଡ଼ିଓ ପଦବୀ।ବିଭିନ୍ନ କାର୍ଯ୍ୟପାଇଁ ଲୋକେ ନିର୍ଭର କରୁଛନ୍ତି ତହସିଲଦାରଙ୍କ ଉପରେ।ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଝାଡଖଣ୍ଡ ସୀମାନ୍ତବର୍ତୀ ତିରିଂ ବ୍ଲକରେ।
ସୂଚନାନୁସାରେ, ଗତ ୨୦୧୯ ମସିହା ଫେବ୍ରୁଆରୀ ମାସରୁ ତିରିଂ ବ୍ଲକରେ ବିଡ଼ିଓ ପଦବୀ ଖାଲି ପଡ଼ିଛି। ତିରିଙ୍ଗ ତହସିଲଦାର ବିଡ଼ିଓ ଦାୟିତ୍ୱରେ ଅଛନ୍ତି।ଯାହା ଫଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ ହୋଉଥିବା ଅଭିଯୋଗ ହଉଛି। ଯଦିଓ ଅନେକଥର ନୂତନ ବିଡ଼ିଓ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇଛି କିନ୍ତୁ କେହି ଯୋଗ ଦେଇ ନାହାଁନ୍ତି।
ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପରେ ମଧ୍ୟ କେହି କାର୍ଯ୍ୟରେ ଯୋଗ ନ ଦେବା ଓ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ନୀରବତା ଆଶ୍ଚର୍ଯ୍ୟ ଲାଗୁଛି। ସ୍ଥାନୀୟ ବିଧାୟକ ବରୋଧୀ ଦଳର ହୋଇ ମଧ୍ୟ ଏ ସମ୍ବନ୍ଧରେ ନିରବ ରହିବା ସାଧାରଣ ଲୋକେ ବୁଝି ପାରୁ ନାହାଁନ୍ତି।ସରକାର ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।