Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୋ ବଲ୍ ପକାଇ ଖସି ପାରିବେନି ବୋଲର, ସାବଧାନ ! ସବୁ ଦେଖୁଛନ୍ତି ଟିଭି ଅମ୍ପାୟାର

5/08/2020 at 6:15 PM

ନୂଆଦିଲ୍ଲୀ, ୦୫|୦୮: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ଫ୍ରଣ୍ଚ ଫୁଟ୍ ଟେକନିକ୍ ବ୍ୟବହାର କରାଯିବ । ଆଇସିସି ବୁଧବାର ଏନେଇ ସ୍ପଷ୍ଟ କରିଛି  । ସିରିଜର ପ୍ରଥମ ଟେଷ୍ଟ ବୁଧବାର ମାଞ୍ଚେଷ୍ଟରର ଓଲଡ୍ ଟ୍ରାଫଡରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟାନୁସାରେ ୩.୩୦ରେ ଆରମ୍ଭ ହୋଇଛି ।

ଆଇସିସି ଏକ ବୟାନରେ କହିଛି ଯେ, ଟେଷ୍ଟ ଚାମ୍ପିଅନସିପରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଫ୍ରଣ୍ଟ୍ ଫୁଟ୍  ନୋ ବଲ୍ ଟେକନିକ ବ୍ୟବହାର କରାଯିବ । ଟେଷ୍ଟ କ୍ରିକେଟରେ ଭବିଷ୍ୟତରେ ମଧ୍ୟ ଏହି ଟେକନିକକୁ ବ୍ୟବହାର କରାଯିବ । ପ୍ରଥମେ ଏହି ସିରିଜର ପ୍ରଦର୍ଶନ ଉପରେ ସମୀକ୍ଷା କରାଯିବ ।

ଏହି ଟେକନିକରେ ପ୍ରତି ବଲ ପରେ ଅମ୍ପାୟାର ଦେଖିବେ ଯେ, ବୋଲରଙ୍କ ଗୋଡ କେଉଁଠି ପଡିଛି । ଯଦି ନୋ ବଲ୍ ହୋଇଥାଏ ତେବେ ଫିଲ୍ଡ ଅମ୍ପାୟାର ଏବାବଦରେ ସୂଚନା ଦେବେ । ଟିଭି ଅମ୍ପାୟାର ନିର୍ଦ୍ଦେଶ ନଦେଲା ଯାଏଁ ଫିଲ୍ଡ ଅମ୍ପାୟାର ନୋ ବଲ ଉପରେ କୌଣସି ନିଷ୍ପତ୍ତି ଦେଇପାରିବେ ନାହିଁ । ଏହାକୁ ନେଇ କୌଣସି ଆପତ୍ତି ରହିଲେ ଏହାର ଫାଇଦା ବୋଲରଙ୍କୁ ମିଳିବ । ଯଦି ବିଳମ୍ବରେ ନୋ ବଲ୍ ଦିଆଯାଏ (ବ୍ୟାଟସମ୍ୟାନ୍ ଆଉଟ ହେବା ପରେ)ତେବେ  ଫିଲ୍ଡ ଅମ୍ପାୟାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିବେ ଓ ନୋ ବଲ୍ ନିଷ୍ପତ୍ତି ଦେବେ ।

   Related Posts