ଆର୍ଯ୍ୟନ ଖାନଙ୍କ ଜାମିନ ବିରୋଧରେ ସୋସିଆଲ ମିଡ଼ିଆ ୟୁଜର୍ସ: ଟ୍ୱିଟରରେ ଟ୍ରେଣ୍ଡ ହେଉଛି #NoBailOnlyJail

Published By : Prameya-News7 Bureau | October 13, 2021 IST

ମୁମ୍ବାଇ ୧୩/୧୦ : ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗତ ୬ ଦିନ ହେଲା ଜେଲରେ ଅଛନ୍ତି। କର୍ଡିଏଲା କ୍ରୁଜରେ ଚାଲିଥିବା ହାଇ-ପ୍ରୋଫାଇଲ୍ ରେଭ୍ ପାର୍ଟିରୁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କିଲା କୋର୍ଟରେ ଜାମିନ ଆବେଦନ ଖାରଜ ହେବାପରେ ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି କରାଯାଉଛି। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆ ୟୁଜର୍ସ ଜାମିନ ବିରୋଧରେ ସ୍ୱର ଉତ୍ତୋଳନ କରି ଟ୍ୱିଟରରେ #NoBailOnlyJail ଟ୍ରେଣ୍ଡ କରିଛନ୍ତି।

ଜଣେ ସୋସିଆଲ ମିଡ଼ିଆ ୟୁଜର ଟ୍ରେଣ୍ଡକୁ ସମର୍ଥନ ଜଣାଇ ଲେଖିଛନ୍ତି, 'ବର୍ତ୍ତମାନ ଭିଆଇପି କଲ୍ଚର ବନ୍ଦ ହେବା ଉଚିତ, ଶାହରୁଖ ଖାନ ମଧ୍ୟ କୋଉ ସନ୍ଥ ନୁହନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ଯଦି ଆର୍ଯ୍ୟନକୁ ଜାମିନ ମିଳିଯାଏ ତାହେଲେ ଅନୁଆ ଡ୍ରଗ୍ସ ପେଡଲରର ମନୋବଳ ବଢ଼ିଯିବ ଏବଂ ଏହା ସମାଜ ପାଇଁ ହାନିକାରକ। ପ୍ରତ୍ୟେକ ନିଶା ସେବକ ଜେଲରେ ରହିବା ଉଚିତ ଯାହାଦ୍ୱାରା ଆମ ସମାଜରୁ ଡ୍ରଗ୍ସ କଲ୍ଚର ସମ୍ପୂର୍ଣ୍ଣ ରୂପେ ହଟିଯିବ। ଡ୍ରଗିଉଡକୁ ହଲିଉଡ଼ରୁ କିଛି ଶିଖିବା ଉଚିତ୍।

wp:embed {"url":"https://twitter.com/bird2fly39/status/1448168690063593473?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1448168690063593473%7Ctwgr%5E%7Ctwcon%5Es1_\u0026ref_url=about%3Asrcdoc","type":"rich","providerNameSlug":"twitter","responsive":true}
https://twitter.com/bird2fly39/status/1448168690063593473?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1448168690063593473%7Ctwgr%5E%7Ctwcon%5Es1_&ref_url=about%3Asrcdoc
/wp:embed

ଆଉ ଜଣେ ୟୁଜର ଲେଖିଛନ୍ତି, ସାଧାରଣ ଜନତା ଓ ଷ୍ଟାର କିଡ଼ଙ୍କ ପାଇଁ ସମାନ ଦଣ୍ଡ ବ୍ୟବସ୍ଥା ରହିବା ଉଚିତ। ସେଲିବ୍ରିଟିଙ୍କୁ କୌଣସି ବିଶେଷ ଅଧିକାର ମିଳିବନି, ଏହା ନୂଆ ଭାରତ। ମୁଁ ଏହି ଟ୍ରେଣ୍ଡକୁ ସମର୍ଥନ କରୁଛି। ସରକାର ଏଥିରୁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.