ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଆଜି ମଧ୍ୟ ମିଳିଲାନି ଜାମିନ, ଅନ୍ତରୀଣ ଜାମିନ ଉପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

Published By : Prameya-News7 Bureau | November 07, 2020 IST

ମୁମ୍ବାଇ ୦୭।୧୧: ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦୁଇ ମାସ ତଳର ପୁରୁଣା ମାମଲାରେ ଗିରଫ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଶନିବାର ମଧ୍ୟ ଜାମିନ ମିଳିନାହିଁ। ବମ୍ବେ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରି ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ସମସ୍ତ ପକ୍ଷ ସେସନ କୋର୍ଟ ଯାଇ ପାରିବେ।

ଉଲ୍ଲେଖନୀୟ ଅର୍ଣ୍ଣବ ଗୋସ୍ଵାମୀ ଆର୍କେଟେକ୍ ଇଞ୍ଜିନିୟର ଡିଜାଇନର ଅନ୍ଵୟ ନାଇକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ମାମଲାରେ ନିଜର ଗିରଫଦାରୀକୁ ଚ୍ୟାଲେଞ୍ଜ ଦେବା ସହିତ ଅନ୍ତରୀଣ ଜାମିନ ପାଇଁ ଅନୁରୋଧ କରିଥିଲେ। ଅର୍ଣ୍ଣବ ଗୋସ୍ଵାମୀଙ୍କୁ ରାୟଗଡ ଜିଲ୍ଲାର ଅଲିବାଗ ପୁଲିସ ଗିରଫ କରିଥିଲା। ସେଠାକାର ଏକ ମାଜିଷ୍ଟ୍ରେଟ୍ ଅଦାଲତ ତାଙ୍କୁ ନଭେମ୍ଵର ୧୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ଅର୍ଣ୍ଣବଙ୍କ ଓକିଲ ଶୁକ୍ରବାର ଏହି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଅର୍ଣ୍ଣବ ଗୋସ୍ଵାମୀ ରାଜ୍ୟ ସରକାର ବିରୋଧରେ ଖବର ପ୍ରସାରଣ କରୁଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଉଦ୍ଧବ ସରକାର ଅର୍ଣ୍ଣବଙ୍କୁ ପ୍ରତାଡିତ କରିବାକୁ ଉଦ୍ୟମ କରୁଛନ୍ତି। ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି, ସରକାରୀ କଳର ଦୁରୁପଯୋଗର ଏହା ଏକ ସ୍ପଷ୍ଟ ମାମଲା। ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି।  ମହାରାଷ୍ଟ୍ର ପୁଲିସ ଭଲ ଭାବେ ଜାଣିଛନ୍ତି ଯେ, ଦୀପାବଳି କାରଣରୁ ଅଦାଲତଙ୍କ ଛୁଟି ହେବାକୁ ଯାଉଛି। ତେଣୁ ଜାଣିଶୁଣି ଏଭଳି ସମୟରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ର ସରକାର କେବଳ ଅର୍ଣ୍ଣବଙ୍କୁ ଉଚିତ୍ ଶାସ୍ତି ଦେବାକୁକ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.