ଗଞ୍ଜାମ ଜିଲ୍ଲାରେ ‘NO BAG DAY’ର ଶୁଭାରମ୍ଭ
7/03/2020 at 11:10 AM

ବ୍ରହ୍ମପୁର ୭।୩: ଗଞ୍ଜାମ ଜିଲ୍ଲାରେ NO BAG DAY କାର୍ଯ୍ୟକାରୀ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଆଜିଠାରୁ ଏହି ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ।

ଏଣିକି ପିଲାଏ ଶନିବାର ଦିନ ବ୍ୟାଗ୍ ନଆଣି ଖାଲି ହାତରେ ସ୍କୁଲକୁ ଆସିବେ । ଏହିଦିନ ପିଲାଙ୍କୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସଂପର୍କରେ ଶିକ୍ଷା ପ୍ରଦାନ କରାଯିବ ।

ପୁତି ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021