Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମନ୍ଦିର ଅର୍ଥ ହରିଲୁଟ୍- ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରର ବାର୍ଷିକ କୋଟି କୋଟି ଟଙ୍କା ଆୟ, ହେଉ ନାହିଁ ଅଡିଟ୍ : ସିଏଜି

18/11/2019 at 5:56 PM

ଭୁବନେଶ୍ୱର ୧୮।୧୧- ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକରେ ବାର୍ଷିକ କୋଟି କୋଟି ଟଙ୍କା ଆୟ ହେଉଥିବା ବେଳେ ବର୍ଷ ବର୍ଷ ଧରି ଏହର ଅଡିଟ୍ ହେଉନଥିବାରୁ ଅର୍ଥ ହରିଲୁଟ୍ ହେଉଥିବା ଖୁଲାସା କରିଛି ସିଏଜି ରିପୋର୍ଟ । ଏଥିରେ କେବଳ ମନ୍ଦିର ପ୍ରଶାସନ କି ବେସରକାରୀ କମିଟି ନୁହେଁ, ବରଂ ଖୋଦ୍ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ଯାଏଁ ସମସ୍ତଙ୍କ ହାତ ଥିବା ଜଣାପଡ଼ିଛି । କେମିତି ଚାଲନ୍ତୁ ଦେଖିବା …..
ଠାକୁର ଖାଇ ଖଟୁଲି ଖାଇବାକୁ ବସିଲେଣି । ରାଜ୍ୟର ୬୧ ଧର୍ମାନୁଷ୍ଠାନର ଅଡିଟ୍ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ହରିଲୁଟ୍ ହୋଇଛି ଠାକୁରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ମଠ ମନ୍ଦିରରେ ହୋଇଛି ବ୍ୟାପକ ଆର୍ଥିକ ଅନିୟମିତତା । ଠାକୁରଙ୍କ ଏକର ଏକର ସମ୍ପତ୍ତିକୁ କବ୍ଜା କରିନେଇଛନ୍ତି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ । ବକେୟା ପଡ଼ିଛି କୋଟି କୋଟି ଟଙ୍କାର ରାଜଭାଗ । ସିଏଜି ରିପୋର୍ଟରେ ଏସବୁର ଖୁଲାସା ହେବା ପରେ ରାଜ୍ୟ ସରକାର ୬୧ଟି ଧର୍ମାନୁଷ୍ଠାନର ଅଡିଟ୍ ଦାୟିତ୍ବ ଆକାଉଣ୍ଟାଣ୍ଟ ଜେନେରାଲ ହାତରେ ସମର୍ପିଥିଲେ । ଆଉ ଏଜିଙ୍କ ଅଡିଟ୍ ରିପୋର୍ଟରେ ମଧ୍ୟ ଆଖି ଖୋସି ହୋଇଯିବା ଭଳି ତଥ୍ୟ ସାମ୍ନାକୁ ଆସୁଛି ।


ରାଜଧାନୀରେ ପୂଜା ସମିତି, ରାମ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ବାରିପଦା ଜଗନ୍ନଥ ମନ୍ଦିର, ବ୍ରହ୍ମପୁରର ପରମେଶ୍ବରୀ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବ୍ୟାପକ ଅର୍ଥ ହେରଫେର୍ ହୋଇଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । ରାଜଧାନୀରେ ପୂଜା ସମିତି ହାତରେ ଥିବା ମନ୍ଦିର ଗୁଡ଼ିକର ଦୋକାନଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଲଗାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଉଥିବା ଜଣାପଡ଼ିଛି । ଯାହାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ କହିଛି ଦେବୋତ୍ତର ବିଭାଗ ।
ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ୧୭ହଜାର ୪୭୨ ମନ୍ଦିର ଏବଂ ୪୫୯ ମଠ ରହିଛି । ଟ୍ରଷ୍ଟ ବୋର୍ଡ଼ ଜରିଆରେ ବିଭାଗ ଏସବୁ ଧାର୍ମିକ ଅନୁଷ୍ଠାନର ପରିଚାଳନା କରେ । ପ୍ରତିବର୍ଷ ଏହି ଧାର୍ମିକ ଅନୁଷ୍ଠାନ ଗୁଡ଼ିକର ବିଭିନ୍ନ ଉତ୍ସରୁ ଆସୁଥିବା ଆୟବ୍ୟୟର ଅଡିଟ୍ ହେବା କଥା ।ହେଲେ ଏଥି ପ୍ରତି ଧ୍ୟାନ ଦିଆଯାଇନଥିବାରୁ ବର୍ଷ ବର୍ଷ ଧରି ଠାକୁରଙ୍କ ସମ୍ପତ୍ତି ଲୁଟ୍ ହେବାରେ ଲାଗିଛି ।

   Related Posts