Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଏମିତି ମାଲିକ ସମସ୍ତଙ୍କୁ ମିଳନ୍ତୁ : ଆମ୍ବୁଲାନ୍ସ ଆସିଲାନି, ନିଜେ ପିପିଇ ପିନ୍ଧି ଅସୁସ୍ଥ କର୍ମଚାରୀଙ୍କୁ ଡାକ୍ତରଖାନାରେ ଛାଡିଲେ

23/07/2020 at 11:57 AM

ଭୁବନେଶ୍ୱର ୨୩।୦୭ : ସକାଳୁ ହସ୍ପିଟାଲରୁ ଫୋନ୍‌ ଆସିଲା, ଆପଣଙ୍କ କରୋନା ପଜିଟିଭ୍‌ ବାହାରିଛି । ବାସ୍‌ ଏତିକିରେ ଫୋନ୍‌ କଟିଗଲା । ପରେ ରୋଗୀଜଣକ ଏକାଧିକ ବାର ‘ଡାଏଲ୍‌-୧୦୪’କୁ ଯୋଗାଯୋଗ କଲେ । ପ୍ରଥମେ ଘଣ୍ଟାଏ । ପରେ ଦୁଇ ଘଣ୍ଟା । ଏମିତି ୬ ଘଣ୍ଟା ବିତିଗଲା । କେହି ଶୁଣିଲେନି । ଶେଷରେ ନିଜ ଯିବାକୁ ପଣ କଲେ ଆକ୍ରାନ୍ତ ।

ଘରଠୁ ହସ୍ପିଟାଲ ମାତ୍ର ୬୦୦ ମିଟର ଦୂର । ନା ସେଠାକୁ ଆମ୍ବୁଲାନ୍ସ ଆସିଲା । ନା କିଛି ସରକାରୀ ସହାୟତା ମିଳିଲା । ନିଜେ ମନସ୍ଥ କଲେ, ଚାଲି ଚାଲି ଯିବେ ହସ୍ପିଟାଲକୁ । ରୋଗିଣା ଓ ଦୁର୍ବଳ ଶରୀର ସେତକ ବି ସାଥ୍‌ ଦେଲାନି । ମଝି ରାସ୍ତାରେ ଥକି ପଡିଲେ । ଶେଷରେ ସାହା ହେଲେ ସାଙ୍ଗ । ପିପିଇ କିଟ୍‌ ପିନ୍ଧି ସ୍କୁଟି ଯୋଗେ ରୋଗୀଙ୍କୁ ହସ୍ପିଟାଲକୁ ନେଇଗଲେ। ଏହା କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳ ଘଟଣା ନୁହେଁ । ଖୋଦ୍‌ ରାଜଧାନୀରେ ଏମିତି ଘଟଣା ଦେଖିବାକୁ ମିଳିଛି ।

ନୟାଗଡ଼ର ସୁରଥ ମୁଦୁଲି ସପରିବାରେ ଏମ୍ସ ହସ୍ପିଟାଲ ପଛ ପାଶ୍ୱର୍ ପାତ୍ରପଡ଼ା ଅଞ୍ଚଳରେ ପ୍ଲଟ୍‌ ନମ୍ବର୪୯୦ରେ ଭଡ଼ାରେ ରହୁଛନ୍ତି । ତାଙ୍କ ଘରଠାରୁ ହସ୍ପିଟାଲ ମାତ୍ର ୬୦୦ ମିଟର ଦୂର । ଘରେ ତାଙ୍କ ସ୍ତ୍ରୀ ପ୍ରତିମା ମୁଦୁଲି, ଦୁଇ ଛୋଟ ଶିଶୁଙ୍କ ସହ ଜଣେ ବୁଢ଼ୀ ମାଉସୀ ଅଛନ୍ତି । ସେ ପଟିଆରେ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରିଛନ୍ତି।

ଗତ ବୁଧବାର ତାଙ୍କୁ ସାମାନ୍ୟ ଜ୍ୱର ଆସିଥିଲା । ନୂଆପଲ୍ଲୀସ୍ଥିତ ଏକ ହସ୍ପିଟାଲ ଦେଖାଇ ଔଷଧ କିଣି ଖାଇଥିଲେ। ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ଜ୍ୱର ସହ ଥଣ୍ଡା ଓ ଛିଙ୍କ ବି ବଢ଼ି ଚାଲିଲା । କାଳେ କରୋନା ହୋଇଥିବ, ଏହା ଭାବି ସେ ଗତ ରବିବାର ଏମ୍ସ ହସ୍ପିଟାଲରେ କରୋନା ଟେଷ୍ଟ କରାଇ ନେଇଥିଲେ । ସୋମବାର ଦିନ ମଧ୍ୟ ହସ୍ପିଟାଲ ଯାଇ ରକ୍ତ ନମୂନା ଦେଇ ଆସିଥିଲେ । ମଙ୍ଗଳବାର ସକାଳୁ ଏମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ଫୋନ୍‌ ଯୋଗେ ପଜିଟିଭ୍‌ ବାହାରିଥିବା ଜଣାଇଥିଲେ । ଏକଥା ଶୁଣି ସୁରଥଙ୍କ ଚିନ୍ତା ବଢ଼ିଗଲା । ଘରେ ଉପଯୁକ୍ତ ପରିବେଶ ନଥିବା ସହ ସାଙ୍ଗରେ କୁନି ଶିଶୁ ଓ ବୁଢ଼ୀ ମାଉସୀ ରହୁ ଥିବାରୁ ହସ୍ପିଟାଲରେ ଚିକିତ୍ସିତ ହେବାକୁ ନିଷ୍ପତ୍ତି ନେଇଥିଲେ ।

ସେ ସଙ୍ଗେ ସଙ୍ଗେ ୧୦୪କୁ ଫୋନ୍‌ ଲଗାଇଥିଲେ । ସେପଟୁ ଉତ୍ତର ଆସିଲା, ଆମୁକ ବ୍ୟକ୍ତି(କୋଭିଡ୍‌ ସଚେତକ)ଙ୍କ ନମ୍ବର ଦେଉଛୁ । ତାଙ୍କ ସହ କଥା ହୁଅ । ସେ କିଛି ବ୍ୟବସ୍ଥା କରିଦେବେ । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ । ବିଏମ୍‌ସି କର୍ତ୍ତୃପକ୍ଷଙ୍କଠାରୁ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଆସିନଥିଲା। ଶେଷରେ ସାଙ୍ଗ ତଥା ତାଙ୍କ କମ୍ପାନୀ ମାଲିକ ବିମଳେନ୍ଦୁ ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଜଣାଇଲେ । ଘରଠୁ ହସ୍ପିଟାଲ ଅଳ୍ପ ଦୂର ହୋଇଥିବାରୁ ଚାଲିକି ହସ୍ପିଟାଲ ଆସିବାକୁ ସେ ପରାମର୍ଶ ଦେଇଥିଲେ । ଅପରାହ୍ଣ ୩ଟା ବେଳକୁ ହାତରେ ପାଣି ବୋତଲଟିଏ ଧରି ସୁରଥ ଘରୁ ହସ୍ପିଟାଲ ମୁହାଁ ହୋଇଥିଲେ । ଚାଖଣ୍ଡେ ବାଟ ଚାଲିଛନ୍ତି କି ନାହିଁ । ସୁରଥ ଧଇଁ ସଇଁ ହୋଇ ରାସ୍ତାକଡ଼ରେ ବସିଯାଇଥିଲେ । ଏକଥା ବିମଳେନ୍ଦୁ ଜାଣିବା ପରେ ତୁରନ୍ତୁ ଏକ ପିପିଇ କିଟ୍‌ କିଣିଥିଲେ । ଏହାକୁ ପିନ୍ଧି ଅଧାବାଟରୁ ସୁରଥଙ୍କୁ ସ୍କୁଟିରେ ବସାଇ ଏମ୍ସକୁ ନେଇଥିଲେ ।

ତାଙ୍କ ଦୁଃଖ ଏତିକିରେ ସରିଯାଇନି । ପତ୍ନୀ ପ୍ରତିମା ଅଭିଯୋଗ କରିଛନ୍ତି, ଗଲା ଦୁଇ ଦିନ ହେଲା ବିଏମ୍‌ସି ସହ ଯୋଗାଯୋଗ କରୁଛନ୍ତି। ତାଙ୍କ ସହ ଦୁଇ ପିଲା ଓ ବୁଢ଼ୀ ମାଉସୀଙ୍କ ଟେଷ୍ଟ ପାଇଁ ନେହୁରା ହେଉଛନ୍ତି। ଘରକୁ ସାନିଟାଇଜ୍‌ କରିବା ପାଇଁ କହିଛନ୍ତି । ହେଲେ ଏଯାଏଁ ତାଙ୍କ ପାଖକୁ ପ୍ରଶାସନ ପହଞ୍ଚିନି । କେବଳ ଦୁଇ ଅଙ୍ଗନବାଡି ଦିଦି ଘରକୁ ଆସି ତଥ୍ୟ ନେଇ ଯାଇଛନ୍ତି । ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିଛୁ । କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସ୍କୁଟିରେ ନେଇଥିବା ସାଙ୍ଗ ସହ ରୋଗୀଙ୍କ ସହ ମିଶିଥିବା ଅନ୍ୟ ବ୍ୟକ୍ତିଙ୍କ କୋଭିଡ୍‌ ଟେଷ୍ଟ ୫ ଦିନ ମଧ୍ୟରେ ହେବ ।

   Related Posts