Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଭଦ୍ରକ ଜିଲ୍ଲାରେ ଚାଉଳ ଗୋଦାମରୁ ଚାଉଳ ହଢପ ହେବା ସରକାରୀ ବାବୁ ମାନେ ଧରୁଛନ୍ତି, ହେଲେ ଏମିତି ପ୍ରେସର ହଉଛି ଯେ, ନେଇପାରୁନାହାଁନ୍ତି କାର୍ଯ୍ୟାନୁଷ୍ଠାନ

28/12/2018 at 8:47 PM

ଭଦ୍ରକ ୨୮|୧୨: ଏପଟେ ସରକାରୀ ଯୋଜନାରେ ଦିଆଯାଉଥିବା ଚାଉଳ କିଭଳି ତଳସ୍ତରରେ ହିତାଧୀକାରୀଙ୍କ ପାଖରେ ପହଞ୍ଚିବ ସେଥିଲାଗି ସରକାର ବ୍ୟସ୍ତ ଅଛନ୍ତି । ହେଲେ ସେପଟେ କିନ୍ତୁ ଗୋଦାମରୁ ଚାଉଳ ବସ୍ତା ଗାଏବ୍‌ କରିବାରେ ବ୍ୟସ୍ତ ଅଛନ୍ତି ସରକାରୀ ଅଧିକାରୀ । ଯାହାର ନଗ୍ନ ନମୂନା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଜିଲ୍ଲାରେ ଥିବା ଗୋଟିଏ ପରେ ଗୋଟିଏ ଗୋଦାମରୁ ଚାଉଳ ଉଭାନ୍‌ ହୋଇଯାଉଥିବା ନଜରକୁ ଆସୁଛି । ହେଲେ ପଚାରିଲା ବେଳକୁ କିନ୍ତୁ ସରକାରୀ ଅଧିକାରୀଙ୍କ କଥାରେ ତାଳମେଳ ରହୁନି । କେମିତି ଚାଲନ୍ତୁ ଦେଖିବା ।

ଭଦ୍ରକ ଜିଲ୍ଲା ବନ୍ତରେ ଥିବା ସରକାରୀ ଚାଉଳ ଗୋଦାମ । ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଗୋଦାମ ଘର ଯାଂଚ କରିଥିଲେ ତହସିଲଦାର ଓ ଯୋଗାଣ ବିଭାଗ ଅଧିକାରୀ । ଗୋଦାମ ଘରେ ୧୧ଶହ ବସ୍ତା ଚାଉଳ କମ୍‌ ଥିବା ଜାଣିବାକୁ ପାଇଥିଲା ତଦନ୍ତକାରୀ ଟିମ୍‌ । ଆଉ ଗୋଦାମକୁ ସିଲ୍‌ କରିଥିଲା ।

ସେହିଭଳି ଜିଲ୍ଲାର ଚରମ୍ପା ଗୋଦାମ ଘରେ ଯାଂଚ ପରେ ୮ ଶହ ବସ୍ତା ଚାଉଳ କମ୍‌ ଥିବା ଜଣାପଡ଼ିଥିଲା । ଏହା ପରେ ଗୋଦାମ ଘରକୁ ସିଲ କରିଦିଆଗଲା । ହେଲେ ପରଦିନ ପୁଣି ଗୋଦାମ ଘର ଖୋଲା ଦେଖି ପ୍ରକୃତ ଘଟଣା କ’ଣ ଜାଣିବାକୁ ଆମେ ଦାୟିତ୍ବରେ ଥିବା ପ୍ରକ୍ୟୋରମେଣ୍ଟ ଇନ୍‌ସ୍‌ପେକ୍ଟରଙ୍କ ସହ ଯୋଗାଯୋଗ କରିଥିଲୁ ।  ହେଲେ ଗୋଦାମ ଘରେ ଚାଉଳ ବସ୍ତା କମ୍‌ ଥିବା କଥାକୁ ସେ ପୂରାପୁରି ଫାଙ୍କିଦେବାକୁ ଚେଷ୍ଟା କରିଥିଲେ । କହିଥିଲେ ସବୁ ଠିକ୍‌ ଅଛି । ବସ୍ତା ଗଣିବାରେ ଭୁଲ ହୋଇଥିଲା ।

ଗୋଦାମ ଘରେ ଚାଉଳ କମ୍‌ ଥିବା କଥା ଜଣାପଡ଼ିବା ପରେ ବି ଫାଙ୍କିବାକୁ ଚେଷ୍ଟା କରୁଛନ୍ତି ଦାୟିତ୍ବରେ ଥିବା ଅଧିକାରୀ । ହେଲେ ଏ ସମ୍ପର୍କରେ ଗୋଦାମ ଘର ରେଡ୍‌ କରିଥିବା ତହସିଲଦାର ପ୍ରଦୀପ କୁମାର ସାହୁ କହିଥିଲେ ଗଣିବାରେ ଜମା ଭୁଲ ହୋଇନାହିଁ ।  ତହସିଲଦାରଙ୍କ ଜୋର୍‌କୁ ଦେଖି ଆମେ ସିଧା ସିଏସଓ ଅଶୋକ କୁମାର ମାଝି ଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲୁ । ଆଉ ସେ ବି କହିଥିଲେ ସମାନ କଥା  । ହେଲେ ପ୍ରଶ୍ନ ଉଠୁଛି ଚାଉଳ ଯଦି ଠିକ ଥିଲା ତାହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ସିଲ ହୋଇଥିବା ଗୋଦାମ ଖୋଲିଲା କେମିତି । କୁହାଯାଉଛି ଜିଲ୍ଲାର ଜଣେ ପ୍ରଭାବଶାଳୀ ଜନପ୍ରତିନିଧିଙ୍କ ଚାପରେ ଜିଲ୍ଲାପାଳ ବାଧ୍ୟ ହୋଇ ଗୋଦାମ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ଚାଉଳ ହଡ଼ପ କରିବାର ଏ ନମୂନା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଯାଗାରେ ଏମିତି ଅନେକ ଘଟଣାମାନ ସାମ୍ନାକୁ ଆସିଛି । ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଉଛି ସେଇମାନଙ୍କ ଭିତରୁ କିଛି ଅସାଧୁ ଅଧିକାରୀ ହିଁ ଏମିତି ହେର୍‌ଫେର୍‌ କରି ନିଜ ବ୍ୟାଙ୍କ ବାଲାନ୍‌ସ୍‌ ବଢ଼ାଇବା ବ୍ୟସ୍ତ ଅଛନ୍ତି ।

 

   Related Posts