Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେତନ ଦେଇ ପାରୁନଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

16/05/2020 at 3:48 PM

ନୂଆଦିଲ୍ଲୀ ୧୬।୦୫: କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। କମ୍ପାନୀ ଓ ଉଦ୍ୟୋଗଜଗତ ସହିତ ସବୁ କ୍ଷେତ୍ରରେ କାମ ଠପ୍ ପଡିଛି। ଅନେକ କମ୍ପାନୀରେ କର୍ମଚାରୀଙ୍କୁ ଛଟେଇ କରାଯିବା ସହ ଦରମା ମଧ୍ୟ କଟାଯାଉଛି। ଏହି ସଂପର୍କିତ ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏମିତି ସ୍ଥିତି ଘରୋଇ କମ୍ପାନୀ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ସରକାର କହିଛନ୍ତି। ମାର୍ଚ୍ଚ ମାସରେ ସରକାର କହିଥିଲେ ଯେ, ତାଲାବନ୍ଦୀ ସମୟରେ କୌଣସି ଘରୋଇ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରି ପାରିବେ ନାହିଁ ଏବଂ ପୂରା ବେତନ ଦେବେ। ନେହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଣ୍ଣୟ ଘରୋଇ କମ୍ପାନୀଗୁଡିକ ପାଇଁ ବଡ ଆଶ୍ଵସ୍ତିକର ବିଷୟ ହୋଇଛି।

ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ପଞ୍ଜାବର ଏକ କମ୍ପାନୀର ସଙ୍ଘ ଦ୍ଵାରା ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା। ତାଲାବନ୍ଦୀ ସମୟରେ ଶ୍ରମିକଙ୍କୁ ପୂର୍ଣ୍ଣ ବେତନ ଦେବା ସରକାରଙ୍କ ଆଦେଶକୁ କମ୍ପାନୀର ସଙ୍ଘ ବିରୋଧ କରିଥିଲେ।

ଜଷ୍ଟିସ ଏଲ ନାଗେଶ୍ଵରଙ୍କ ନେତୃତ୍ଵାଧୀନ ତିନି ଜଣିଆ ଖଣ୍ଡପୀଠ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସରକାର କେତେ ଦିନ ପର୍ଯ୍ୟନ୍ତ କମ୍ପାନୀ ଅର୍ଥ ପୈଠ କରିବେ ବୋଲି ଆଶା କରି ପାରିବେ। ଏହି ପ୍ରଶ୍ନର ଉତ୍ତର ଦେବାକୁ କଣ ସରକାରଙ୍କୁ ସମୟ ଦରକାର ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଫିକ୍ସ ପ୍ୟାକ୍ସ ଲିମିଟେଡ୍ ଦ୍ଵାରା ଦାଖଲ ଅନ୍ୟ ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଗତ ମାସରେ ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଥିଲେ ଯେ, ଲକ୍‌ଡାଉନ୍‌ ସମୟରେ ସରକାର କର୍ମଚାରୀ/ ଶ୍ରମିକଙ୍କୁ ପୂର୍ଣ୍ଣ  ବେତନ/  ଦିନ ମଜୁରିଆଙ୍କ ଅର୍ଥ ପୈଠ କରିବା ବିଜ୍ଞପ୍ତି ଉପରେ ନିଜର ନୀତି ସ୍ପଷ୍ଟ କରନ୍ତୁ।

ଲୁଧିଆନା ହ୍ୟାଣ୍ଡ ଟୁଲ୍ସ ଆସୋସିଏସନ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ, ୨୦୦୫ର ଧାରା ୧୦(୨)(l)ର ବୈଧତାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୃହ ମନ୍ତ୍ରଣାଳୟର ଏହି ଆଦେଶକୁ ମନମୁଖୀ ଦର୍ଶାଇ ଆବେଦନରେ କୁହାଯାଇଛି ଯେ,  ଏହି ପରି ଆଦେଶ ଘରୋଇ କମ୍ପାନୀର ବ୍ୟବସାୟ, ବ୍ୟବସାୟ ଗ୍ୟାରେଣ୍ଟି ଦେବାର ଅଧିକାରକୁ ଉଲ୍ଲଂଘନ କରୁଛି।

ଏହାର ଶୁଣାଣି ବେଳେ ପୀଠ କହିଛନ୍ତି ଲକ୍‌ଡାଉନ୍‌ରେ ଛୋଟ ଉଦ୍ୟୋଗ ମଧ୍ୟ ପ୍ରଭାବିତ ହୋଇଛନ୍ତି। ହୋଇପାରେ ସେମାନେ ୧୫ ଦିନ ସ୍ଥିତିକୁ ସମ୍ଭାଳି ନେଲେ। କିନ୍ତୁ ଅଧିକ ଦିନ ତ ଏମିତି ସ୍ଥିତିକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏମିତି ସମୟରେ ସେମାନେ କର୍ମଚାରୀ ଓ ଶ୍ରମିକଙ୍କୁ କେମିତି  ବୈତନ ପୈଠ କରିବେ। ତେଣୁ ସରକାର କର୍ମଚାରୀଙ୍କୁ ବେତନ ଦେଇ ପାରୁନଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ୨୫ରୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସବୁ ସେକ୍ଟର ଗୁରୁତର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଏମିତି ଯେ, ଅନେକ ଘରୋଇ କମ୍ପାନୀ କର୍ମଚାରୀ ଓ ଶ୍ରମିକଙ୍କୁ ପଇସା ଦେଇ ପାରୁ ନାହାନ୍ତି।

   Related Posts