Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଆପୋଲକୁ କାହିଁକି ତିନି ଖୁନ ମାଫ୍ : ନିଆଁ ଲାଗିବା ଘଟଣାରେ ମାମଲା ମଧ୍ୟ ହେଲା ନାହିଁ, କ୍ଷତିଗ୍ରସ୍ତ କ୍ଷତିପୂରଣ ପାଇବେ କଣ ?

13/02/2019 at 8:01 PM

ଭୁବନେଶ୍ବର୧୩|୨: ଆପୋଲକୁ ଅନୁକମ୍ପା । ପ୍ରଶାସନ ଓ ପୋଲିସ ଅଧିକାରୀ ନିରବ । ଯାହାକୁ ନେଇ ଏବେ ପଶ୍ନବାଚୀ ସୃଷ୍ଟି କରିଛି। ସେପଟେ ମୃତକଙ୍କ ପରିବାର କୋର୍ଟ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ଆପୋଲକୁ ‘ ତିନି ’ ଖୁନ ମାଫ । ପ୍ରଶାସନିକ ଅଧିକାରୀ ବି ଚୁପ । ପୋଲିସ ବି ରହିଛି ହାତଗୋଡ ବାନ୍ଧି । ପେପଟେ ମୃତକ ତଥା ପୀଡିତାଙ୍କ ପରିବାରକୁ ଏଯାଏଁ ମଳିନି କ୍ଷତିପୂରଣ । ଓଲଟା ହସ୍ପିଟାଲ କତୃପକ୍ଷ ରୋଗୀଙ୍କଠାରୁ ଯେତିକି ଟଙ୍କା ଶୋଷିଥିଲେ । ତାକୁ ମଧ୍ୟ ଫେରାଇବାକୁ ନାରାଜ । ଏତେବଡ ଘଟଣା ଘଟିଥିଲେ ବି ସମସ୍ତେ କିନ୍ତୁ ବେଫିକର ।

ଏପରିକି ଆପୋଲ ହସ୍ପିଟାଲ କତୃପକ୍ଷ ବି ନିଜ ଦାୟିତ୍ବ ଭୁଲି ଯାଇଛନ୍ତି । କହିବା ପାଇଁ ଗଲେ ସରକାର ପୋଲିସ ସମସ୍ତେ ନିରବ । ଏମିତିକି ଏ ପର୍ଯ୍ୟନ୍ତ କେହି ମୃତକ ପରିବାରଙ୍କୁ ଆହା ପଦୁଟିଏ କହିବାକୁ ପହଞ୍ଚି ନାହାନ୍ତି । ଗତ ପେବୃଆରୀ ୧ ତାରିଖ ସକାଳେ ଅଚାନକ ଆପୋଲ ହସ୍ସିଟାଲରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ହିସ୍ପିଟାଲର ପଞ୍ଚମ ମହଲା ହୁତୁ ହୁତୁ ହୋଇ ଜଳିଗଲା । ସେଠାରେ ଆଇସିୟୁ ଥିବା ଯୋଗୁ ବେଶି ଗରୁତର ରୋଗୀ ଥିଲେ । ନିଆଁ ଲାଗିବା ପରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ୫ ମହଲାରୁ ତଳକୁ ଅଣାଯାଇଥିଲା । ବିନା ଭେଣ୍ଟିଲେଟର ତଳକୁ ଅଣା ଯିବା ଯୋଗୁଁ କିଛି ରୋଗୀଙ୍କ ମୃତ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ସେମାନଙ୍କ ପରିବାର ଲୋକ ।

ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିକରଣଙ୍କ ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଖୁବ ଶିଘ୍ର ସେମାନେ କୋର୍ଟକୁ ଯିବେ ବୋଲି କହିଛନ୍ତି । ସେହିପରି ମୃତକ ପୋଲିସ ଡିସିପି ଶଙ୍କର୍ଶଣ ଦୋରାଙ୍କ ସମ୍ପକୀୟ ମଧ୍ୟ ସମାନ ଅଭିଯୋଗ କରିଛନ୍ତ ।

ସବୁଠୁ ବଡ କଥା ଏତେବଡ ଘଟଣା ଘଟିଲା । ମାତ୍ର ଥାନାରେ ମାମଲାଟିଏ ମଧ୍ୟ ଦାୟର ହୋଇ ନାହିଁ । ପୁଲିସ ମଧ୍ୟ ନିଜ ତରଫରୁ କୌଣସି ଅଭିଯୋଗ କରିନି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । କମିଶନରେଟ ପୋଲିସ ଓ ରାଜ୍ୟ ପ୍ରଶାସନ ଅପୋଲକୁ ଅନୁକମ୍ପା ଦେଖାଉ ନାହିଁ ତ ।

   Related Posts