'ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ସାଢେ ୫ ଲକ୍ଷ ଟପିବନି କରୋନା ସଂକ୍ରମିତଙ୍କ ସଂଖ୍ୟା', ସିସୋଦିଆଙ୍କ ଦାବିକୁ ଶାହଙ୍କ ଖଣ୍ଡନ

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ, ୨୮|୦୬:  କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦାବିକୁ ଖଣ୍ଡନ କରିଦେଇଛନ୍ତି । ସିସୋଦିଆ ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ ଲକ୍ଷ ଟପିବ ବୋଲି ଦାବି କରିଥିଲେ । ଯାହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ଶାହ ।

ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଅମିତ ଶାହ କହିଛନ୍ତି ଯେ, କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ତେଣୁ ଜୁଲାଇ ଶେଷ ସୁଦ୍ଧା ସାଢେ ୫ ଲକ୍ଷ ଆକ୍ରାନ୍ତ ହେବେ ନାହିଁ । ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ୍ ହୋଇନାହିଁ । କରୋନାକୁ ଡରିବାର ଆବଶ୍ୟକତା ନାହିଁ । ଏହାକୁ ଅଯଥାରେ ବଡକରି ଦର୍ଶାଯାଉଛି । ଦିଲ୍ଲୀରେ କରୋନା ପରୀକ୍ଷଣ ୪ ଗୁଣା ବୃଦ୍ଧି ପାଇଛି । ପ୍ରତିଦିନ ଏଠାରେ ୧୬ ହଜାର ଟେଷ୍ଟ କରାଯାଉଛି ।

ଶାହ ଆହୁରି କହିଛନ୍ତି ଯେ, ସମସ୍ତେ ଏକାଠି ହୋଇ କାମ କରୁଛନ୍ତି । ମନୀଷ ସିସୋଦିଆ ଯାହା କହୁଛନ୍ତି ତାହା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । ସୂଚନାଯୋଗ୍ୟ, ନିକଟରେ ମନୀଷ କହିଥିଲେ ଯେ,  ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜୁଲାଇ ଶେଷ ସୁଦ୍ଧା ସାଢେ ୫ ଲକ୍ଷ ଛୁଇଁବ ।

ଚୀନ ସହ ସୀମା ବିବାଦ ପ୍ରସଙ୍ଗରେ ଶାହ କହିଛନ୍ତି ଯେ, ଦେଶର ସର୍ବପୁରାତ ରାଜନୈତିକ ଦଳର ପୂର୍ବତନ ଅଧ୍ୟକ୍ଷ ଯାହା କହୁଛନ୍ତି ତାହା ଶୋଭା ପାଉନାହିଁ । ରାହୁଲ ରାଜନୀତି କରୁଛନ୍ତି । ତାଙ୍କ ବୟାନ ଚୀନ ଓ ପାକିସ୍ତାନକୁ ଫାଇଦା ଦେବ ବୋଲି ଶାହ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.