Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଭିଜିଲାନ୍ସ ସ୍କାନରରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏନଏମଆର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

30/12/2020 at 9:51 AM

ବ୍ରହ୍ମପୁର ୩୦।୧୨: ଭିଜିଲାନ୍ସ ଜାଲରେ ପଡିଛନ୍ତି ଏନଏମଆର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ଏନଏମଆର ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ସୂଚନା ମିଳିଛି ।

ପ୍ରଶାନ୍ତଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ଟିମ୍ ବୁଧବାର ଏହି ଚଢାଉ କରିଛନ୍ତି । ଏକକାଳୀନ ୫ ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ପ୍ରଶାନ୍ତଙ୍କ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ନିଜ ଘର, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ଲୋଚାପଡା ସ୍ଥିତ ଘର, ଦୁଇଟି ଗୋଦାମରେ ଚଢାଉ ଜାରି ରହିଛି ।

ଏଯାବତ୍ ପ୍ରଶାନ୍ତଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଚଢାଉ ବେଳେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଟଙ୍କା ପଇସା ସୁନା ଗହଣାର ଜବତ କରି ଛାନଭିନ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପ୍ରଶାନ୍ତଙ୍କର ମୋଟ୍ କେତେ ସମ୍ପତ୍ତି ଠାବ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇନାହିଁ ।

   Related Posts