Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପନ୍ନାରେ ବନ୍ଦ ହେଲା ଏସିଆର ଏକମାତ୍ର ସ୍ୱୀକୃତ ହୀରା ଖଣି NMDC

2/01/2021 at 8:36 PM

ପନ୍ନା ୨।୧: ଭାରତର ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରେ ଅବସ୍ଥିତ ଏସିୟା ମହାଦେଶର ଏକମାତ୍ର ସରକାରୀ ସ୍ୱୀକୃତ ହୀରାଖଣିରେ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଏନଏମଡିସି) ଡିସେମ୍ବର ୩୧ରୁ କାର୍ଯ୍ୟ ବନ୍ଦ କରିଛନ୍ତି। ଏନଏମଡିସି ଏଠାରେ ୧୯୬୮ ମସିହାରୁ ହୀରା ଉତ୍ପାଦନ କରିଆସୁଥିଲେ। ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ନିଗମଙ୍କୁ ଏଠାରେ ଅପରେସନ ଅନୁମତି ଥିଲା। ଯାହା ସମାପ୍ତ ହେବା ସହ ଖଣିରେ ସମସ୍ତ ଗତିବିଧି ବନ୍ଦ ହୋଇଯାଇଛି।

ପନ୍ନା ଟାଇଗର ରିଜର୍ଭ କ୍ଷେତ୍ର ନିର୍ଦ୍ଦେଶକ  ଉତ୍ତମ କୁମାର ଶର୍ମା ଖଣି ବନ୍ଦ ଲାଗି ପୂର୍ବରୁ ଏନଏମଡିସି ଜିଏମଙ୍କୁ ସରକାରଙ୍କ ପତ୍ର ଦେଇଥିଲେ। ତେବେ ଖଣି ଚାଲୁ ରଖିବା ଲାଗି ଏନଏମଡିସି ଭାରତ ସରକାରଙ୍କୁ କରିଥିବା ନିବେଦନର ଜବାବ ଏପର୍ଯ୍ୟନ୍ତ ମିଳି ନଥିବାରୁ ନିଗମ ପୂର୍ବ ଅନୁମତି ମୁତାବକ ଡିସେମ୍ବର ୩୧ରୁ ଖଣି କାର୍ଯ୍ୟ ବନ୍ଦ କରିଦେଇଛନ୍ତି।

ଏହି ଖଣିଟି ପନ୍ନା ଜିଲ୍ଲାର ମଝଗାଓଁରେ ସଞ୍ଚାଳିତ ଥିଲା। ଏଣୁ ପନ୍ନା ନାଁ କହିଲେ ଲୋକଙ୍କ ମନକୁ ହୀରାଖଣି କଥା ଆପେ ଆପେ ଆସିଯାଏ। ଏଠାରେ ସରକାରଙ୍କ ନିଗମ ଉତ୍ପାଦିତ ହୀରା ବ୍ୟତୀତ ଲୋକେ ଚୋରାରେ ଖଣି କରି ହୀରା ସଂଗ୍ରହ କରନ୍ତି। ଯାହା ପ୍ରାୟତଃ କଳାବଜାରରେ ବିକ୍ରି ହୋଇଯାଏ। ତେବେ ଏନଏମଡିସି କାର୍ଯ୍ୟ ଆରମ୍ଭ କରିବା ଦିନରୁ ଏଠାରୁ ଏପର୍ଯ୍ୟନ୍ତ ୧୩ଲକ୍ଷ କ୍ୟାରେଟ୍‌ ହୀରା ଉତ୍ପାନ କରି ବିକି ଥିବା ବେଳେ ରାଜସ୍ୱ ବାବଦେ ସରକାରଙ୍କ ରାଜକୋଷକୁ କୋଟି କୋଟି ଟଙ୍କା ଦେଇଛନ୍ତି।

ଏହି ଖଣି ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପର ଗଙ୍ଗଉ ଅଭୟାରଣ୍ୟର ୭୪.୦୧୮ ହେକ୍ଟର ଜମିରେ ଖୋଳାଯାଇଥିବା ବେଳେ ବିଶ୍ୱର ପ୍ରଥମ ମେକାନାଇଜଡ୍ ଖଣି। ଏଠାରେ ପୁଣି ଖଣି କରିବାକୁ ହେଲେ ବନ ବିଭାଗର ଅନୁମତି ସାଙ୍ଗକୁ ପରିବେଶ ମଞ୍ଜୁରି ମିଳିଲେ ପୁଣି ଖଣି ଖନନ ସମ୍ଭବ ହେବ ବୋଲି ପ୍ରକଳ୍ପ ଜିଏମ ଏସ.କେ. ଜୈନ କହିଛନ୍ତି।

   Related Posts