ପାଣିପାଗ ବିଭାଗର ସୂଚନା: ୧୪୫ କି.ମି ବେଗରେ ଆସୁଛି ‘ନିଭାର’

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ୨୪/୧୧: ଘନୀଭୂତ ହେଉଛି ବାତ୍ୟା ‘ନିଭାର’। ପାଣିପାଗ ବିଭାଗର ସୂଚନା ଅନୁସାରେ ୧୪୫ କିମି ବେଗରେ ଆସୁଛି ‘ନିଭାର’। ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିମି ରହିବ। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଦିନ ବାତ୍ୟାର ରୂପ ନେଇଛି। ବାତ୍ୟା ନିଭାର୍ ଚଳିତ ବର୍ଷର ଚତୁର୍ଥ ବାତ୍ୟା। ଏହାପୂର୍ବରୁ ଅମ୍ପାନ, ନିଃସର୍ଗ ଓ ଗତି ଆସିଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର ନିଭାର୍ ଉପରେ ରହିଛି। ତାମିଲନାଡୁ ଓ ପୁଦୁଚେରୀ ବର୍ଷା ଆରମ୍ଭ ହୋଇଯାଇଛି। ଚେନ୍ନାଇରେ ଆଜି ଲଗାତାର ବର୍ଷା ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଆହୁରି ଭୀଷଣ ବର୍ଷା ହେବ। ତାମିଲନାଡୁ ଓ ପୁଦୁଚେରୀର ଅନେକ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ନାବିକ ଓ ମାଛ ଧରାଳିଙ୍କୁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.