କରୋନା ଚିକିତ୍ସାରେ ପ୍ରଭାବି ହୋଇପାରେ ନାଇଟ୍ରିକ ଅକ୍ସାଇଡ, ଗବେଷକଙ୍କ ଦାବି

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ ୨୦/୧୦: କରୋନା ସହ ସମଗ୍ର ପୃଥିବୀ ଲଢ଼ୁଥିବା ବେଳେ ବୈଜ୍ଞାନିକମାନେ କ୍ରମାଗତ ଏହାର  ଠିକ ଚିକତ୍ସା ଦିଗରେ ଗବେଷଣା ଏବେ ସୁଦ୍ଧା ଜାରି ରଖିଛନ୍ତି। ତେବେ ଏବେ ଏକ ଗବେଷଣାରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ୨୦୦୩ ସାର୍ସ ମହାମାରୀକୁ ଯେଉଁ ତରିକାରେ ନିୟନ୍ତ୍ରିତ କରାଯାଇ ଥିଲା, ସେମିତି କିଛି ଏବେ କୋଭିଡ ଭାଇରସ ସହ ଗ୍ରହଣ କରାଯାଇପାରିବ।

ଜର୍ନାଲ ରେଡକ୍ସ ବାୟୋଲଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ନାଇଟ୍ରିକ୍ ଅକ୍ସାଇଡ (ଏନଓ) ଆଣ୍ଟିଭାଇରାଲଯୁକ୍ତ ଏକ କମ୍ପାଉଣ୍ଡ ଯାହା ଶରୀରେ ହିଁ ତିଆରି ହୁଏ। ସ୍ବିଡେନ ଉପସାଲା ବିଶ୍ବବିଦ୍ୟାଳଳୟର ଲେଖକ ଏକେ ଲୁଣ୍ଡକୋଭିଷ୍ଟଙ୍କ ମତରେ ନାଇଟ୍ରିକ ଅକ୍ସାଇଡ ଏକମାତ୍ର ପଦାର୍ଥ ଯାହା ଏବେ ସୁଦ୍ଧା କରୋନା ଉପରେ ସିଧା ପ୍ରଭାବ ପକାଇବ। ତେବେ ଏହା ଅଲଗା କଥା ଯେ ବର୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପ୍ରଭାବି ଚିକିତ୍ସା ମିଳିପାରି ନାହିଁ। ଏଥିପାଇଁ ଟ୍ରାଏଲ କରାଯାଉଥିବା ଉପଚାରର ମୁଖ୍ୟ ଉଦ୍ଦେଶ୍ୟ ଏହାର ଲକ୍ଷଣରୁ ରୋଗୀଙ୍କୁ ମୁକ୍ତି ଦେବା।

ସେମାନେ ଦାବି କରିଛନ୍ତି ଯେ କରୋନା ଯୋଗୁ ବଢ଼ୁଥିବା ମୃତ୍ୟୁ ହାର ମଧ୍ୟ ଏହା ଦ୍ବାରା କମ୍ କରି ହେବ। ଯଦିଓ ଏହା ପ୍ରମାଣ କରିବା ସମ୍ଭବ ନୁହେଁ ଯେ କେଉଁ ଚିକତ୍ସା ସଂକ୍ରମଣ ପଛରେ ବାସ୍ତବିକ ଭାଇରସକୁ ପ୍ରଭାବିତ କରିଛି। ନାଇଟ୍ରିକ ଅକ୍ସାଇଡ ଶରୀରରେ ପ୍ରାକୃତିକ ଭାବେ ତିଆରି ଏକ କମ୍ପାଉଣ୍ଡ। ଏହା ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ନିୟନ୍ତ୍ରଣ କରିବାରେ ହର୍ମୋନ ଭାବେ କାର୍ଯ୍ୟ କରେ। ଉଦାହରଣ ସ୍ବରୂପ ଏହା ବ୍ଲଡ ଭେସଲରେ ଅବସାଦ ଓ ଅଙ୍ଗପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରେ।

୨୦୦୩ରେ ସାର୍ସ ମହାମାରୀ ସମୟରେ ଏହାକୁ ସଫଳତାର ସହ ଗ୍ରହଣ କରାଯାଇଥିଲା। ରୋଗୀଙ୍କ ଫୁସଫୁସ ଯନ୍ତ୍ରଣା ଏହା ଦ୍ବାରା କମ୍ ହୋଇ ଥିଲା। ନାଇଟ୍ରିକ୍ ଅକ୍ସାଇଡ ସଂକ୍ରମଣରୁ ରକ୍ଷା କରିଥାଏ। ଆଣ୍ଟିଭାଇରାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଦୁଇଟି ତତ୍ତ୍ବ ଥିବାରୁ ଗବେଷକ ଏହା ଉପରେ ଦୃଷ୍ଟି ଦେଇଛନ୍ତି। ବର୍ତମାନ କରୋନା ଭାଇରସ କମ୍ପାଉଣ୍ଡ ଉପରେ ଏହା କିଭଳି ପ୍ରଭାବ ପକାଇବା ସନ୍ଧାନରେ ରହିଛନ୍ତି। ଅଧ୍ୟୟନରେ କୁହାଯାଇଛି ଯେତେ ପର୍ଯ୍ୟନ୍ତ କୌଣସି ପ୍ରଭାବି ଟିକା ନ ମିଳିଛି ନାଇଟ୍ରିକ ଅକ୍ସାଇଡ ଇନହେଲ ଲାଭକାରୀ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.