କେବଳ ଦିଲ୍ଲୀ ନୁହେଁ ବିହାରରେ ମଧ୍ୟ ଉଗ୍ର ହେଉଛି କରୋନା, ଜନତାଙ୍କୁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଭାବୁକ ଟ୍ୱିଟ୍

Published By : Prameya-News7 Bureau | April 24, 2021 IST

ପାଟନା ୨୪।୪: କରୋନା ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିରେ ବିହାର ମଧ୍ୟ ଏବେ ଗୁରୁତର ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ନୀତିଶକୁମାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଜରୁରି ଔଷଧ, ଅମ୍ଳଯାନ ଅଭାବରୁ ଗୁରୁତର ଆକ୍ରାନ୍ତ ଲୋକେ ଅସମୟରେ ପ୍ରାଣ ହରାଉଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଭାବୁକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଜନତାଙ୍କୁ ସଚେତନ ଓ ସତର୍କ ରହିବାକୁ ନିବେଦନ କରିଥିବା ବେଳେ ସରକାରଙ୍କୁ ସହଯୋଗ କରିବାକୁ  ଅନୁରୋଧ କରିଛନ୍ତି।

wp:embed {"url":"https://twitter.com/NitishKumar/status/1385934995139698689","type":"rich","providerNameSlug":"twitter","responsive":true,"className":""}
https://twitter.com/NitishKumar/status/1385934995139698689
/wp:embed

ମୁଖ୍ୟମନ୍ତ୍ରୀ ନିତିଶ କୁମାର ତାଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ବାର୍ତ୍ତା ଦେଇଛନ୍ତି। ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କରିଥିବା ଟ୍ୱିଟ୍‌ରେ  କରୋନା କାରଣରୁ ଆମେ ମାନବତା ଉପରେ ଘନେଇଥିବା ସବୁଠାରୁ ଗୁରୁତର ସଂକଟର ସାମନା କରୁଥିବା ଉଲ୍ଲେଖ କରିଛନ୍ତି। ଏଥିରୁ ମୁକୁଳିବା ଲାଗି ସରକାର ପୂର୍ଣ୍ଣ ସଂକଳ୍ପର ସହ ଜରୁରି ଉପାୟ କରୁଛନ୍ତି।  ତେବେ ଏହି ଯୁଦ୍ଧରେଆପଣଙ୍କର ମଧ୍ୟ ସହଯୋଗ ଦରକାର। ଏଥିପାଇଁ ସତର୍କ ହୁଅନ୍ତୁ, ସକରାତ୍ମକ ବିଚାର ନେଇ  ଡାକ୍ତରଙ୍କ ପରାମର୍ଶ ଓ ଗାଇଡଲାଇନ ପାଳନ କରନ୍ତୁ ବୋଲି ନିବେଦନ କରିଛନ୍ତି।

wp:embed {"url":"https://twitter.com/NitishKumar/status/1385941077580947459","type":"rich","providerNameSlug":"twitter","responsive":true,"className":""}
https://twitter.com/NitishKumar/status/1385941077580947459
/wp:embed

ବିହାରରେ ୧୮ ବର୍ଷରୁ ଅଧିକ ବୟଷ୍କଙ୍କ ନିଶୁଳ୍କ ଟିକାଦାନ ଘୋଷଣା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପାଟନା ଆଇଜିଆଇଏମଏସ୍‌ ରେ କରୋନା ରୋଗୀଙ୍କ ନିଶୁଳ୍କ ଚିକିତ୍ସା କରାଯିବ ବୋଲି ଘୋଷଣା ମଧ୍ୟ କରିଛନ୍ତି। ଚିକିତ୍ସା ସେବା ଏବଂ ଔଷଧ ବାବଦ ସମସ୍ତ ବ୍ୟୟ ରାଜ୍ୟ ସରକାର କରିବେ ବୋଲି ନିତିଶ କୁମାର ତାଙ୍କ ଟ୍ୱିଟରରେ ଜଣାଇଛନ୍ତି। ଏହା ଛଡା ରାଜ୍ୟର ବିଭିନ୍ନ ଜିଲ୍ଲାର ହସ୍ପିଟାଲରେ ଥିବା ଭେଣ୍ଟିଲେଟର ପୁଣି ସକ୍ରିୟ କରିବା ସହ ଲୋକଙ୍କ ଉପଯୋଗରେ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

wp:embed {"url":"https://twitter.com/NitishKumar/status/1385597601769082884","type":"rich","providerNameSlug":"twitter","responsive":true,"className":""}
https://twitter.com/NitishKumar/status/1385597601769082884
/wp:embed

ସୂଚନା ଯୋଗ୍ୟଯେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାଟନା ଆଇଜିଆଇଏମଏସ୍‌ କୁ ଡେଡିକେଟେଡ କୋଭିଡ ହସ୍ପିଟାଲରେ ରୂପାନ୍ତରିତ କରାଯାଇଛି। ଏଠାରେ ଏବେ ୧୦୦ଟି ଶଜ୍ଜା ଉପଲବ୍ଧ ଅଛି। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ଏଠାରେ ଶଜ୍ଜା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.