Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନୀତିଶଙ୍କ ନିଜର ନୁହନ୍ତି କେହି, ପ୍ରଶାନ୍ତଙ୍କୁ ବିଦାକଲେ : କିଶୋରଙ୍କ ଜବାବ୍ ‘ God bless you’

29/01/2020 at 6:34 PM

ପାଟନା ୨୯/୦୧ – ୨୦୧୫ ନିର୍ବାଚନ ପୂର୍ବରୁ  ତାଙ୍କୁ ରାଜନୈତିକ ଉପଦେଷ୍ଟା କରି  ବିହାରରେ ନୀତିଶ କୁମାରଙ୍କ ମହାମେଣ୍ଟ ବିଜୟୀ ହୋଇଥିଲା । ଜେଡିୟୁ- ଆରଜେଡି ଏବଂ କଂଗ୍ରେସ ମେଣ୍ଟ ଶାସନକୁ ଆସିଥିଲା । ତାପରେ ନୀତିଶ ବିଜେପି ଆଡକୁ ଢଲିଲେ ଏବଂ ମେଣ୍ଟ ଭାଙ୍ଗି ପୁଣି ବିଜେପି ସହ ମିଶି ସରକାର ଗଢିଲେ , କିନ୍ତୁ ତାଙ୍କୁ ଛାଡିଲେନି । ୨୦୧୮ ରେ ତାଙ୍କୁ ଦଳର ଉପସଭାପତି କରିଦେଲେ । ଏବେ କିନ୍ତୁ ଦଳରୁ ତାଙ୍କୁ ନିକାଲିଲେ । ସେ ହେଉଛନ୍ତି ରାଜନୈତିକ ରଣନୀତି ବିଶାରଦ ବା ପୋଲ ଷ୍ଟାର୍ଟେଜିଷ୍ଟ ପ୍ରଶାନ୍ତ କିଶୋର । ଏବେ ନୀତିଶ କୁମାର ଏବଂ ପ୍ରଶାନ୍ତ କିଶୋରଙ୍କ ସଂପର୍କରେ ପୂର୍ଣ୍ଣର୍ଚ୍ଛେଦ  । ରାଜନୈତିକ ରଣନୀତି ବିଶାରଦ ପ୍ରଶାନ୍ତ କିଶୋରଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ପ୍ରଶାନ୍ତ କିଶୋରଙ୍କ ସହ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ପବନ କୁମାର ବର୍ମାଙ୍କୁ ମଧ୍ୟ ଦଳରୁ ବିହିଷ୍କାର କରିଛି ସଂଯୁକ୍ତ ଜନତା ଦଳ। ନାଗରିକତା ସଂଶୋଧନ ଆଇନ ନେଇ ମତପାର୍ଥକ୍ୟ ଯୋଗୁଁ ଏହି ଦୁଇ ନେତାଙ୍କୁ ଦଳରୁ ଅଲଗା କରିଛି ଜେଡିୟୁ । କିଛିଦିନ ତଳେ ସିଏଏ ପ୍ରସଙ୍ଗରେ ନୀତିଶ- କିଶୋରଙ୍କ ପରସ୍ପର ବିରୋଧି ବୟାନ ଶେଷରେ ଏପରି ପରିଣତି ସୃଷ୍ଟି କରିଛି ।

 ସିଏଏ ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ଏବଂ କୂଟନୀତିଜ୍ଞରୁ ରାଜନେତା ପବନ କୁମାର ଆରମ୍ଭରୁ ଦଳର ଆଭିମୁଖ୍ୟ ସହ ସହମତ ନଥିଲେ । ଦୁହେଁ ପବ୍ଲିକ ଫେରମ୍‌ରେ  ସିଏଏ ଏବଂ ଏନଆରିସି ପ୍ରସଙ୍ଗରେ ଭିନ୍ନ ମତ ରଖିଆସୁଥିଲେ । ଏପରିକି ଦୁହେଁ ପବ୍ଲିକ ଫୋରମ୍‌ରେ ସିଏଏ ନେଇ ନୀତିଶ କୁମାରଙ୍କ ମତାମତ ନେଇ ପ୍ରଶ୍ନ ବି କରୁଥିଲେ । ସାହାସର ସହ ଠିକ୍‌ କଥା ଲାଗି ମୁହଁ ଖୋଲିବାକୁ ନୀତିଶ କୁମାରଙ୍କୁ ଏକ ପ୍ରକାର ଆହ୍ୱାନ କରିଥିଲେ । ତେବେ ଦୁଇ ଦିନ ତଳେ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା । ଦୁଇ ନେତାଙ୍କୁ ଦଳ ଛାଡିଯିବାକୁ ଚାଲିଯିବାକୁ ମଧ୍ୟ ସଂକେତ ଦେଇଥିଲେ ନୀତିଶ କୁମାର । ସେ କହିଥିଲେ, ପ୍ରଶାନ୍ତ କିଶୋର ଦଳ ଛାଡିଲେ ତାଙ୍କ ପାଇଁ କିଛି ସମସ୍ୟା ନାହିଁ । ଜେଡିୟୁ ବାହାରେ ସେମାନେ ସେମାନଙ୍କ ମତ ରଖିବା ସହ ଭବିଷ୍ୟତ ଯୋଜନା କରିବାକୁ ମୁକ୍ତ ବୋଲି ମଧ୍ୟ କହିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଏପରିକି , ଅମିତ ଶାହାଙ୍କ ପରାମର୍ଶରେ ସେ ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁରେ ଉପସଭାପତି କରିଥିବା କହିଥିଲେ । ଆହୁରି କହିଥିଲେ, ସେ ଯଦି ଚାହାନ୍ତି ତେବେ ସେ ଅନ୍ୟ ଦଳ ପାଇଁ କାମ କରନ୍ତୁ । କାରଣ ପ୍ରଶାନ୍ତ କିଶୋର ଆମ ଆଦମି ପାର୍ଟି ପାଇଁ ପରାମର୍ଶ ଦାତା ହୋଇଥିବା ବେଳେ , ଟିଏମସି ଏବଂ କଂଗ୍ରେସ ସହ ମଧ୍ୟ ତାଙ୍କର କିଛି ସଂପର୍କ ( ରାଜନୈତୀକ ରଣନୀତି ବିଶାରଦ ଭାବେ) ରହିଛି । ଏସବୁ ପରିପ୍ରେକ୍ଷୀରେ ନୀତିଶଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଦୂରତା ବଢିଥିବା ଅନୁମାନ କରାଯାଉଥିଲା । କାରଣ ଏନଡିଏରେ ପ୍ରଥମେ ପ୍ରଶାନ୍ତ ଏବଂ ପବନ କୁମାର ହିଁ ନାଗରିକତା ସଂଶୋଧନ ଆଇନ ବିରୋଧରେ ଖୋଲାଖୋଲି ସମାଲୋଚନା କରିଥିଲେ ।

 ଶେଷରେ କିଛି ଦିନର ଛକାପଞ୍ଝା ପରେ ପ୍ରଶାନ୍ତ କିଶୋରଙ୍କୁ ଦଳରୁ ବହିଷ୍କାର କରିଛନ୍ତି ନୀତିଶ । ତେବେ ନୀତିଶଙ୍କ ଆକ୍ସନ ପରେ ପ୍ରଶାନ୍ତଙ୍କ ରିଆକ୍ସନ ଆହୁରି ରୋଚକ । ଟ୍ୱିଟ୍‌ କରି ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶାନ୍ତ କିଶୋର । କହିଛନ୍ତି , ପୁଣି ଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ଆଶା କରୁଛି । ଗଡ୍‌ ବ୍ଲେସ ୟୁ ।

   Related Posts