ଗାଙ୍ଗୁଲି ଆଉଟ ହେଲେ କବାଟ ଦେଇ କାନ୍ଦନ୍ତି ଜଣେ କ୍ରିକେଟର, କିଏ ସେ ଆଉ କାହିଁକି ?

Published By : Prameya-News7 Bureau | June 01, 2020 IST

କୋଲକାତା, ୦୧|୦୬:  କୋଲକାତା ନାଇଟ୍ ରାଇଡର୍ସର ଷ୍ଟାର ବ୍ୟାଟସମ୍ୟାନ ନୀତିଶ ରାଣା ଆଇପିଏଲରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।. ସେ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଏହାପରେ ସେ କେକେଆରର ବ୍ୟାଟିଂ ଲାଇନ୍ ଅପରେ ନିଜ ସ୍ଥାନ ପକ୍କା କରିଦେଇଥିଲେ । ତେବେ ରାଣା ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଫ୍ୟାନ୍ ।

{"id":279707,"width":831,"height":467,"sizeSlug":"large"}

ନୀତିଶ ୨୦୧୬ରେ ମୁମ୍ବାଇ ଇଣ୍ଡିଆନସ୍ ତରଫରୁ ପଦାର୍ପଣ କରିଥିଲେ । ତେବେ ମୁମ୍ବାଇରେ ତାଙ୍କୁ ସେତେଟା ସୁଯୋଗ ମିଳିନଥିଲା । ସେ କେବଳ ୪ଟି ମ୍ୟାଚ ଖେଳିଥିଲେ । ଏହି ଚାରୋଟି ମ୍ୟାଚରେ ସେ ୩୪ ଆଭରେଜରେ ୧୦୪ ରନ୍ କରିଥିଲେ । ଏହା ମଧ୍ୟରେ ଗୋଟିଏ ଅର୍ଧଶତକ ରହିଛି । ୨୦୧୮ରେ ରାଣାଙ୍କୁ କେକେଆର ୩.୪ କୋଟି ଟଙ୍କାରେ କିଣି ନେଇଥିଲା । ଦିନେଶ କାର୍ତିକଙ୍କ ନେତୃତ୍ୱରେ ରାଣା କେକେଆରର ଷ୍ଟାର୍ ବ୍ୟାଟସମ୍ୟାନ୍ ହୋଇଯାଇଥିଲେ । ସେ ଲଗାତାର ଭାବେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

କ୍ରିକବଜ୍ ସୋରେ ରାଣା କହିଛନ୍ତି ଯେ, ଗାଙ୍ଗୁଲିଙ୍କ ବ୍ୟାଟିଂ ତାଙ୍କୁ ପ୍ରଭାବିତ କରିଛି । ସେ ଗାଙ୍ଗୁଲିଙ୍କ ବ୍ୟାଟିଂ ଦେଖନ୍ତି । ଯେତେବେଳେ ଗାଙ୍ଗୁଲି ଆଉଟ୍ ହୋଇଯାନ୍ତି ସେ ନିଜ ରୁମ୍‌ର କବାଟ ବନ୍ଦ କରି କାନ୍ଦି ପକାନ୍ତି ।  ସେ ପିଲାଦିନୁ ଗାଙ୍ଗୁଲିଙ୍କ ଜବରଦସ୍ତ ଫ୍ୟାନ୍ ଥିଲେ । ତାଙ୍କ ପିତା ସଚିନ ତେନ୍ଦୁଲକର ଓ ଭାଇ ରାହୁଲ ଦ୍ରାବିଡଙ୍କର ଫ୍ୟାନ୍ ଥିଲେ ।

{"id":279708,"width":825,"height":515,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଆଇପିଏଲରେ ୪-୫ଟି ସିଜିନ୍ ଖେଳିବା କଥା ସେ ସ୍ୱପ୍ନରେ ଭାବିନଥିଲେ ।  ସେ ଏକଦା ଫିରୋଜ ଶାହ କୋଟଲା ଷ୍ଟାଡିୟମ ଖେଳ ଦେଖିବାକୁ ଯାଉଥିଲେ । କାରଣ ସେ ଏବି ଡିଭିଲର୍ସ ଓ ଗୌତମ ଗମ୍ଭୀରଙ୍କ ବ୍ୟାଟିଂ ଦେଖିବାକୁ ଭଲପାଆନ୍ତି । ବିରେନ୍ଦ୍ର ସେହ୍ୱାଗ ମଧ୍ୟ ସେତେବେଳେ ଦିଲ୍ଲୀ ତରଫରୁ ଖେଳୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.