Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିହାର ବିଧାନସଭା ନିର୍ବାଚନ: ଜମୁଛି ‘କ୍ୟାମ୍ପେନ ସଙ୍ଗ’ ଲଢେଇ, ତେଜସ୍ୱୀଙ୍କ ଭୋଜପୁରୀ ଜବାବରେ ଆସିଲା ନିତିଶଙ୍କ ରାପ୍

18/10/2020 at 7:19 PM

ପାଟନା ୧୮।୧୦:  ବିହାର ବିଧାନସଭା ନିର୍ବାଚନ ତାତିରେ ଏବେ ସେକି ହେଉଛନ୍ତି ଜନତା।ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଥିବା ବେଳେ ସଭାସମିତି ମଧ୍ୟ ହେଲାଣି। ଏଥିରେ ଗାଁ  ଗାଁରେ ଚାଲିଥିବା ଦଳମାନଙ୍କର ପ୍ରଚାର ଲଢେଇରେ ‘କ୍ୟାମ୍ପେନ ସଙ୍ଗ’ ମୁଖ୍ୟ ଆୟୁଧ ପାଲଟିଛି। ଦଳୀୟ ସମର୍ଥକମାନେ ନିଜ ଦଳର ଗୀତ ବଜାଇ ଅନ୍ୟ ଦଳ ଲୋକଙ୍କୁ ଉସକଉଥିବା ଦେଖାଯାଇଛି।

କ୍ୟାମ୍ପେନ ସଙ୍ଗରେ ଆରଜେଡି ଭୋଜପୁରୀ ଗାୟନ ଶୈଳୀରେ ନିର୍ବାଚନୀ ଗୀତ ପ୍ରସ୍ତୁତ କରିଛି। ଭୈୟା ତେଜସ୍ୱୀ ପ୍ୟାରା ଲଗେ ପ୍ରଚାର ଗୀତ ଏବେ ବିହାରରେ ଜୋର ଧରିଛି। କେବଳ ଗୀତ ନୁହେଁ ଆରଜେଡି ଏହି ଗୀତର ଭିଡିଓ ମଧ୍ୟ ପ୍ରସାର କରୁଛି। ଯେଉଁଥିରେ ଆରଜେଡି ନେତା ତେଜସ୍ୱୀ ଯାଦବ ଲୋକଙ୍କ ସହ ମିସୁଥିବା ଓ କଥାବାର୍ତ୍ତା ହେଉଥିବା ଦେଖାଯାଇଛି। ଏଥିରେ ଗୀତର ବୋଲି ଓ ସୁର ତାଳ ଲୋକଙ୍କୁ କିମିୟା କରୁଛି। ଦୀର୍ଘ ବର୍ଷରୁ କ୍ଷମତାରୁ ଦୂରେଇ ଯାଇଥିବା ଆରଜେଡି ଥରଟିଏ ସୁଯୋଗ ଲାଗି ରବିବାର ଜାରି କରିଥିବା ପ୍ରଚାର ଗୀତରେ ଦେଖିବାକୁ ମିଳୁଛି।

ଆରଜେଡିର ମୁକାବିଲା ଲାଗି ଶାସକ ଜେଡିୟୁ ମଧ୍ୟ କ୍ୟାମ୍ପେନ ସଙ୍ଗ ଲଞ୍ଚ କରିଦେଇଛି। ଆଧୁନିକ ରାପ୍ ଶୈଳୀରେ ଗୀତ ଫାନ୍ଦି ସେହିପରି ଗ୍ରାଫିକ୍ସ ଭିଡିଓ ମଧ୍ୟ କରାଯାଇଛି। ଏବେ ଶାସକ ଦଳ କ୍ୟାମ୍ପେନ ସଙ୍ଗକୁ ବିରୋଧୀ କ୍ୟାମ୍ପେନ୍‌ ସଙ୍ଗ ବଜାରରେ ଟକ୍କର ନେଉଥିବା ଦେଖାଯାଇଛି। ନିତିଶ ତାଙ୍କ ଶାସନ କାଳର ବିକାଶର ଚିତ୍ର ଏଥିରେ ଦେଖାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଭରପୁର ଉଦ୍ୟମ କରିଥିବା ଦେଖାଯାଇଛି।    

   Related Posts