Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

୧୫ ନଭେମ୍ବରରେ ଏନ୍‌ଡିଏ ବିଧାୟକ ଦଳ ବୈଠକ, ନୀତିଶ କୁମାର ହେବେ ନେତା

13/11/2020 at 9:54 PM

ପାଟ୍‌ନା ୧୩/୧୧: ଏନଡିଏ ବିଧାୟକ ଦଳର ସଂଯୁକ୍ତ ବୈଠକ ରିବିବାର ଅନୁଷ୍ଠିତ ହେବ। ଏହି ବୈଠକରେ ନୀତିଶ କୁମାରଙ୍କୁ ନେତା ଭାବେ ଚୟନ କରାଯିବ। ଶୁକ୍ରବାର ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆଜିର ଏହି ବୈଠକରେ ଭାଜପା, ଜେଡିୟୁ, ହମ, ବିଆଇପି ନେତା ସାମିଲ ଥିଲେ। ତେବେ ରବିବାର ଦିନ ୧୨.୩୦ରେ ବୈଠକ ଆରମ୍ଭ ହେବ। ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ନୀତିଶ କୁମାର କହିଛନ୍ତି।

ବିହାର ବିଧାନସଭା ନିର୍ବାଚନରେ ୭୪ ସିଟ୍‌ରେ ବିଜେପି ବାଜି ମାତ କରି ଏନଡିଏରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ଜେଡିୟୁ ୪୩ ସିଟ୍‌ରେ ଜିତ ହାସଲ କରିଛି। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ବ ନୀତିଶ କୁମାରଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ଉପରେ ଜୋର ଦେଇଛନ୍ତି। ତେବେ ତାଙ୍କ ଆବାସରେ କଣ ନିଷ୍ପତ୍ତି ହୋଇଛି ସେନେଇେ ନୀତିଶ କୁମାର କିଛି କହିନଥିବା ବେଳେ ମନ୍ତ୍ରୀମଣ୍ଡଳ, ନୂଆ ବିଧାନସଭା ଅଧ୍ୟକ୍ଷ ସମ୍ପର୍କରେ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମିତି ମଧ୍ୟ କୁହାଯାଉଛି ଉତ୍ତରପ୍ରଦେଶ ଭଳି ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବା ପ୍ରକ୍ରିୟାକୁ ଗ୍ରହଣ କରାଯାଇପାରେ।

   Related Posts