ବିହାରରେ କେବଳ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ବିଜେପି ତାଙ୍କୁ ଚିପୁଡି ନିର୍ଜୀବ କରି ହିଁ ଛାଡିବ: ଯଶବନ୍ତ ସିହ୍ନା

Published By : Prameya-News7 Bureau | November 16, 2020 IST

ପାଟନା ୧୬।୧୧: ଜେଡିୟୁ ସଭାପତି ନୀତିଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ନେଇ ରାଜଭବନରେ ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ପୂରା ହୋଇ ସାରିଛି। ଏହା ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା କହିଛନ୍ତି ନୀତିଶ କୁମାର କେବଳ ନାମକୁ ମାତ୍ର ବିହାରର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ନିଜର ସହଯୋଗୀ ଦଳକୁ ସେ ପର୍ଯ୍ୟନ୍ତ ଚିପୁଡି ଚାଲିଥିବ ଯେ ପର୍ଯ୍ୟନ୍ତ ସେମାନେ ନିର୍ଜୀବ ହୋଇ ନାହାନ୍ତି। ସିହ୍ନା ଟ୍ଵିଟ୍ କରିଛନ୍ତି ଯେ, ନୀତିଶ କୁମାର ହେଉଛନ୍ତି ଏହାର ସଦ୍ୟତମ ଉଦାହରଣ।

ଯଶବନ୍ତ ସିହ୍ନା କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଅବଶ୍ୟ ହେବେ କିନ୍ତୁ ନାମକୁ ମାତ୍ର। ନୀତିଶ ଏନଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ  ହେବା ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିବା କହିଥିଲେ। କିନ୍ତୁ ସହଯୋଗୀ ଦଳଗୁଡିକର ଅନୁରୋଧ କ୍ରମେ ସେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହୋଇଛନ୍ତି। ନୀତିଶ କହିଥିଲେ ଯେ, ସେ ଚାହୁଁଥିଲେ ବିଜେପିର କୌଣସି ନେତା ମୁଖ୍ୟମନ୍ତ୍ରୀ  ହୁଅନ୍ତୁ କାରଣ ସେମାନେ ଅଧିକ ଆସନ ଜିତିଛନ୍ତି।

wp:html /wp:html

ବିହାରର ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ସୋମବାର ୪ଟା ୩୦ରେ ଆୟୋଜନ ହେବ। ରବିବାର  ଜେଡିୟୁ ସଭାପତି ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ସାକ୍ଷାତ କରି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବାସଭବନ-୧ ଅର୍ଣ୍ଣ ମାର୍ଗରେ ଏନଡିଏର ମିଳିତ ବୈଠକରେ ନୀତିଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ଏନଡିଏର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ବିଜେପି ପର୍ଯ୍ୟବେକ୍ଷକ ଓ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏହାର ଘୋଷଣା କରିଥିଲେ।

ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହକୁ ଆରଜେଡି ବହିଷ୍କାର କରିବାକୁ ଘୋଷଣା କରିଛି। ଦଳ ଟ୍ଵିଟ୍ କରିଛି ଯେ, ଜନାଦେଶ ଆରଜେଡିର ବିରୁଦ୍ଧରେ ଆସିଛି। ଜନାଦେଶକୁ  ଶାସନାଦେଶ ବଦଳା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.