Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିଜେପି ବିଧାୟିକାଙ୍କ ସୁନ୍ଦରତାକୁ ପ୍ରଶଂସା କରି ଅଡୁଆରେ ନୀତିଶ କୁମାର, ଟ୍ବିଟ୍‌କରି ଲାଲୁଙ୍କ ଝିଅ କହିଲେ,‘ଇସ୍‌ ଉମ୍ର ମେଁ ଭି ଚାଚା ବଦନାମ ହୈ’

3/12/2021 at 5:31 PM

ପାଟନା ୦୩/୧୨ : ବିହାରର ବିଜେପି ବିଧାୟିକା ନିକ୍କି ହେମ୍ବ୍ରମ୍‌ଙ୍କ ସୁନ୍ଦରତାର ତାରିଫ୍‌ କରି ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଆର୍‌ଜେଡି ଏହି ଘଟଣାକୁ ନେଇ ସିଏମ୍‌ ନୀତିଶ କୁମାରଙ୍କୁ ସମାଲୋଚନା କରୁଥିବା ବେଳେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ କଡା ନିନ୍ଦା କରିଛନ୍ତି ।

ବିଧାୟିକା ନିକ୍କି ହେମ୍ବ୍ରମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାରରେ ମର୍ମାହତ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ମୋତେ ଯାହା କହିଲେ ତାହାକୁ ସାର୍ବଜନୀକ ଭାବେ ଆଉ ଥରେ କହିହେବ ନାହିଁ । ଏହା ବ୍ୟକ୍ତିଗତ ଭାବେ ମୋ ମର୍ଯ୍ୟାଦା ହାନି କରିଛି ଏବଂ ପାର୍ଟି ଫୋରମରେ ମୁଁ ନିଜ କଥା କହିସାରିଛି ।’ ଏଭଳି ଘଟଣାକୁ ନେଇ ବିହାରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆପୋଷ ବୁଝାମଣା ପାଇଁ ପ୍ରୟାସ ଜାରି ରଖିଛନ୍ତି ଦୁଇ ମେଣ୍ଟ ଦଳ ବିଜେପି ଏବଂ ଜେଡିୟୁ ।

ଘଟଣାକୁ ନେଇ ଆର୍‌ଜେଡି ନେତା ଲାଲୁ ଯାଦବଙ୍କ ଝିଅ ରୋହିଣୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଟ୍ବିଟ୍‌ କରି ସେ ଲେଖିଛନ୍ତି, ମହିଳାଙ୍କ ସୁନ୍ଦରତାକୁ ନେଇ ପ୍ରଶଂସାରେ ସତମୁଖ ହୋଇଗଲେ ମୁଖ୍ୟମନ୍ତ୍ରୀ । ୩ ନମ୍ବର ଦଳର ମୁଖିଆ ବିହାରକୁ ଆହୁରି ଦାରିଦ୍ର୍ୟତା ଆଡକୁ ଠେଲି ଦେଇଛନ୍ତି । ତାହା ଜଣାପଡୁନି କିନ୍ତୁ ଜଣେ ବିଧାୟିକାଙ୍କର ସୁନ୍ଦରତା ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏକ ଟ୍ବିଟ୍‌ କରି ସେ କହିଛନ୍ତି, ରଙ୍ଗିନ୍‌ ମିଜାଜ୍‌ର ଚର୍ଚ୍ଚା ଏବେ ସବୁଆଡେ ହେଉଛି । ଏ ବୟସରେ ବି ଚାଚା ବଦନାମ ।

ସୂଚନାଯୋଗ୍ୟ, ବିହାର ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଗତ ସୋମବାର ବିଧାୟକ ଦଳ ବୈଠକ ଡକାଯାଇଥିଲା । ବୈଠକରେ ବିଜେପି ବିଧାୟିକା ନିକ୍କି ହେମ୍ବ୍ରମ ମଦ ବନ୍ଦ ପ୍ରସଙ୍ଗ ଉଠାଇଥିବା ସହ ଲୋକମାନଙ୍କ ରୋଜଗାର ମୁଦ୍ଦା ଉଠାଇଥିଲେ । ଏତିକି ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଅଧାରୁ ଅଟକାଇଥିଲେ ଆଉ କହିଥିଲେ, ‘ଆପଣ ଏତେ ସୁନ୍ଦର, କିନ୍ତୁ ଆପଣଙ୍କୁ ଏହା ଜଣାନାହିଁ ଯେ ଆଦିବାସୀଙ୍କୁ ପାଇଁ ଆମେ କଣ କଣ କରିଛୁ । ଆପଣ ବିଚାର ସମ୍ପୂର୍ଣ୍ଣ ଭାବେ ଓଲଟା । ଆପଣ ଆପଣଙ୍କ ବିଧାନସଭା କ୍ଷେତ୍ରକୁ କେବେ ଯାଉନାହାନ୍ତି ସେଥିପାଇଁ ଆପଣ କିଛି ଜାଣିପାରୁନାହାନ୍ତି ।’

ବିହାରର କଟୋରିୟାରୁ ବିଧାୟିକା ଥିବା ନିକ୍କି ହେମ୍ବମ୍‌ ଘଟଣାକୁ ନେଇ ପାର୍ଟି ଫୋରମ୍‌ରେ ଅଭିଯୋଗ ରଖିଛନ୍ତି । ଏହି ଘଟଣାରେ ତାଙ୍କର ସମ୍ମାନ ଉପରେ ଆଞ୍ଚ୍‌ ଆସିଥିବା ଗଣମାଧ୍ୟମକୁ ଖୋଲାଖୋଲି ଭାବେ ସେ କହିଛନ୍ତି । ଏବେ ସେ ଅଭିଯୋଗ କରିଛନ୍ତି ଏବଂ ଦଳ ପକ୍ଷରୁ କଣ ନିଷ୍ପତ୍ତି ନିଆଯାଉଛି ତାହାକୁ ସେ ଅପେକ୍ଷା କରିଛନ୍ତି ।

   Related Posts