Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆଜି ବିହାରରେ ଗଠନ ହେବ ନୂଆ ସରକାର : ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ଏବେବି ସସ୍‌ପେନ୍ସ…

16/11/2020 at 7:38 AM

ପାଟନା ୧୬।୧୧: ଆଜି ବିହାରରେ ଗଠନ ହେବ ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଅପରାହ୍ନଣ ସାଢେ ୪ ଟାରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ।

ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପତପାଠ କରାଇବେ । ଗତକାଲି ବିହାରରେ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ସରକାର ଗଠନ ପାଇଁ ଦାବି ଜଣାଇବା ପରେ ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିଛି । ଆଜି ଅପରାହ୍ଣରେ ଅନୁଷ୍ଟିତ ହେବ ଶପଥ ଗ୍ରହଣ ସମାରୋହ ।

ତେବେ ମନ୍ତ୍ରିମଣ୍ଡଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ବିଜେପି ପାଖରେ ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍ ଏବଂ ଭିଆଇପି ନିକଟରେ ୪ଟି ଲେଖାଏଁ ଆସନ ରହିଛି। ତେଣୁ ମନ୍ତ୍ରୀମଣ୍ଡଳର ରୂପରେଖ କ’ଣ ହେବ, ବିଜେପିରୁ କିଏ ହେବ ଉପମୁଖ୍ୟମନ୍ତ୍ରୀ ତାଖୁ ନେଇ ଲାଗି ରହିଛି ସସ୍ ପେନ୍ସ ।

ମିଳିଥିବା ସୂଚନା ଅନୁଯାୟୀ ବିଜେପିର ୧୮ ଏବଂ ଜେଡିୟୁର ୧୨ ଜଣ ମନ୍ତ୍ରୀ ହୋଇପାରନ୍ତି । ଏହାସହ ଜିତନରାମ ମାଞ୍ଝୀ ଏବଂ ମୁକେଶ ମହନୀଙ୍କୁ ମନ୍ତ୍ରୀ କରାଯାଇପାରେ । ବିଧାନସଭା ଅଧ୍ୟକ୍ଷପଦ ବିଜେପି ନିକଟରେ ରହିବ । ତେବ ଆଜି ନୀତୀଶଙ୍କ ସହ ବିଜେପିର ୨ ଜଣ, ଜେଡିୟୁର ୨ ଜଣ, ହମ୍ ଏବଂ ଭିଆଇପିର ଜଣେ ଲେଖାଁଏ ମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ।

ତେବେ ଏପର୍ଯ୍ୟନ୍ତ କିନ୍ତୁ ଉପମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ସ୍ଥିର ହୋଇନାହିଁ। ପୂର୍ବ ଏନଡିଏ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିବା ବେଳେ ସୁଶୀଲ ମୋଦି ଥିଲେ ଉପମୁଖ୍ୟମନ୍ତ୍ରୀ। ତେବେ ଏଥର ବିଜେପି ବିଧାୟକ ଦଳ ନେତା ଭାବେ ତାରକିଶୋର ପ୍ରସାଦଙ୍କୁ ଚୟନ କରାଯାଇଛି । ଅବଶ୍ୟ ସୁଶୀଲ ଟ୍ବିଟ କରି ଲେଖିଛନ୍ତି ଯେ ପାର୍ଟି ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେ ତାହାକୁ ପାଳନ କରିବେ।

   Related Posts