Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର: ଆସନ୍ତାକାଲି ଶପଥ ଗ୍ରହଣ

15/11/2020 at 1:49 PM

ପାଟନା ୧୫/୧୧ : ବିହାରରେ ନୂଆ ସରକାର ଗଠନର ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତାକାଲି ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଶୀଲ ମୋଦୀ ଏବଂ ବିହାର ସରକାରଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ରବିବାର ଦିନ ବିହାରରେ ନୂଆ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଇଥିଲା। ପାଟନାରେ ନୀତୀଶ କୁମାରଙ୍କୁ ସର୍ବସମ୍ମତି କ୍ରମେ ଜେଡିୟୁ ବିଧାନମଣ୍ଡଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଦିଲ୍ଲୀରୁ ପାଟନାରେ ପହଞ୍ଚିଥିବା ରାଜନାଥ ସିଂହ ଦଳର ବିଧାୟକଙ୍କ ସହ ବୈଠକ କରିଥିଲେ ଓ ପରେ ଏନଡିଏ ନେତାଙ୍କ ସହ ଆଲୋଚନା କରିଥିଲେ।

ଇତିମଧ୍ୟରେ ନୀତୀଶ କୁମାର ଆସନ୍ତାକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ସକାଳ ସାଢେ ୧୧ଟା ରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।

ଏହାପୂର୍ବରୁ ପାଟନାରେ ଆୟୋଜିତ ବିଜେପି ବୈଠକରେ ସୁଶୀଲ ମୋଦୀଙ୍କୁ ନେତା ଭାବରେ ବଛା ଯାଇଥିଲା। ଏହାସହ ତାଙ୍କର ଉପ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ମଧ୍ୟ ସଫା ହୋଇଯାଇଥିଲା। ବିଜେପି ଦଳର ବରିଷ୍ଠ ନେତା ତାରକେଶ୍ୱର ପ୍ରସାଦଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି।

   Related Posts